ଶନିବାର ରାଶିଫଳ (୨୩/୦୭/୨୦୨୨)

ମେଷ :  ସ୍ବକର୍ମ ଆପଣଙ୍କ ଭାଗ୍ୟ ନିୟନ୍ତା ହେବ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ପତ୍ନୀଙ୍କ ରୋଷ ନିର୍ବାପିତ କରିପାରନ୍ତି। ଧନାଗମ ହେବ।

ବୃଷ : ଧନ, ସମ୍ପଦ ଓ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣ କ୍ଷେତ୍ରରେ ବୀରତ୍ବର ନିଦର୍ଶନ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମିଥୁନ : ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ନେହପୂର୍ଣ୍ଣ ଭାଷା ଓ ସୌଜନ୍ୟପୂର୍ଣ୍ଣ ବ୍ୟବହାରରେ ବିରୋଧୀଙ୍କୁ ମୁହଁ ବନ୍ଦ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

କର୍କଟ : କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ତନ୍ତ୍ର, ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

ସିଂହ :  ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହୋଇପାରନ୍ତି। ଦୟା, ଧର୍ମରେ ବିଲୀନ ହୋଇପାରନ୍ତି। କୁଳପ୍ରଦୀପ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ଶ୍ରଦ୍ଧା ରହିବ।

କନ୍ୟା : ଭାଗ୍ୟର ପରିବର୍ତ୍ତନ ଘଟିପାରେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବଂଶ ପରମ୍ପରାରେ ଅଜନ୍ମାଜ୍ଞାନୀ ହେବେ।

prayash

ତୁଳା : ଯୁଗ୍ମ ବ୍ୟବସାୟ ଲାଭଦାୟକ ହେବ। ଆଶା ମରୁର ମରୀଚିକା ପରି ଛଳନାମୟୀ ହୋଇପାରେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ନିଜ ବଳାର୍ଜିତ ଧନ ଭୋଗ କରିବେ।

ବିଛା : ବ୍ୟବହାରରେ ନମ୍ରତା ଓ ଶାଳୀନତା ଯୋଗଁୁ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି। ଚଞ୍ଚଳମନା ହେବେ; ମାତ୍ର ଚଞ୍ଚଳମନର ନିଗ୍ରହ କଠିନ କିନ୍ତୁ ଅସମ୍ଭବ ନୁହେଁ। ସେବାପରାୟଣ ହେବେ।

ଧନୁ : ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତ ହେବେ। ମିତବ୍ୟୟିତ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସେବା ଭାବନାର ଅଗ୍ରଣୀ ସାରଥି ହୋଇପାରନ୍ତି। ଅଜାତଶତ୍ରୁ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ମକର : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ସୁଶ୍ରୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ତେଜସ୍ବୀ ହେବେ।

କୁମ୍ଭ : ଆପଣଙ୍କ ଲେଖାର ମୂଲ୍ୟବୋଧ ସ୍ବର ପାପକ ହୃଦୟକୁ ରସାଣିତ କରିବାର ସୂଚନା ମିଳୁଛି। ଠାକୁରଙ୍କ ନିକଟରେ ପ୍ରେମଭକ୍ତି ନିବେଦନ କରିପାରନ୍ତି। ଉଦାର ଚରିତ ଓ ଦାନଶୀଳ ହେବେ।

ମୀନ : ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପ୍ରେମୀ ଓ ସାହସୀ ହେବେ।

kalyan agarbati

Comments are closed.