ସୋମବାର ରାଶିଫଳ (୧୮.୦୯.୨୦୨୩)

ମେଷ : ଧନ ଲାଭ ସହିତ ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବହୁ ସୁଖକର ଘଟଣା ଘଟିପାରେ। ଆନନ୍ଦ ଉପଭୋଗ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।
ବୃଷ : ଚିତ୍ତ ପ୍ରସନ୍ନତା ଭାବାପନ୍ନ ହେବ। ଶତ୍ରୁ ବିନାଶ କରି ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। ଋଣବୋଝ ମୁଣ୍ଡରୁ ଓହ୍ଲାଇବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ କରଣୀୟ।
ମିଥୁନ : ଆୟ ଯଥେଷ୍ଟ ପରିମାଣର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପର ଧନରେ ଧନୀ ହୋଇପାରନ୍ତି। ମହିଳା ମଣ୍ଡଳୀର ସାହାଯ୍ୟକାରୀ ହେବେ। ପ୍ରିୟଭାଷୀ ଓ ଧନ-ଯାନ-ବାହନ ଯୁକ୍ତ ହେବେ।
କର୍କଟ : ବାସଗୃହ ପରିବେଶ ଉତ୍ତମମାନର ହେବ। କୃଷିକ୍ଷେତ୍ର ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ। ନୃପତୁଲ୍ୟ ବଳବୀର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି। ଭୂମି ଲାଭ ଅଥବା ଭୂଜାତ ପଦାର୍ଥ ଲାଭ ହୋଇପାରେ।
ସିଂହ : ଆଶାବାଦୀ ହେବେ। କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ରୂପବାନ୍ ହେବେ। ଶାନ୍ତ ଓ ନିପୁଣ ହୋଇପାରନ୍ତି। ମେଧାବୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବିଦ୍ବାନ ଓ ଦୟାଳୁ ହେବେ।
କନ୍ୟା : ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଅନେକ କ୍ଷେତ୍ରରେ ସମ୍ମାନିତ ହେବାର ସମ୍ଭାବନା ରହିଛି। ପରିବାରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ତ୍ୟାଗଶୀଳ ଓ ମତିଜ୍ଞ ହେବେ। ବିବିଧ ଧର୍ମଯୁକ୍ତ ହେବେ। ଧର୍ମ ଧ୍ବଜାଧାରୀ ହେବେ।
Related Posts
Comments are closed.