www.samajalive.in
Sunday, December 14, 2025
15.1 C
Bhubaneswar

ସିଡବ୍ଲ୍ୟୁସିରେ ୧୪ ପ୍ରସ୍ତାବ ଗୃହୀତ

ହାଇଦରାବାଦ : ଚଳିତବର୍ଷ ତେଲଙ୍ଗାନାରେ ବିଧାନସଭା ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ କଂଗ୍ରେସ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଛି। ରବିବାର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହାଇଦରାବାଦର ଟୁକୁଗୁଡାରେ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧନ କରି କହିଛନ୍ତି ଯେ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ୫୦୦ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର, ସରକାରୀ ବସ୍‌ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା ପ୍ରଦାନ କରାଯିବ। କଂଗ୍ରେସର ପୂର୍ବତନ ସଭାନେତ୍ରୀ ସୋନିଆ କହିଛନ୍ତି ଯେ ତେଲଙ୍ଗାନାରେ ଦଳ ସରକାର ଗଠନ କରିବା ତାଙ୍କର ଏକ ସ୍ବପ୍ନ। କାରଣ କଂଗ୍ରେସ ସରକାର ତେଲଙ୍ଗାନାର ପ୍ରତି ବର୍ଗର ବିକାଶ କରିପାରିବ। ଏହା ପୂର୍ବରୁ ସୋନିଆ କଂଗ୍ରେସର ଦୁଇଦିନିଆ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଯୋଗ ଦେଇ ଦଳର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଦଳ ମଧ୍ୟରେ ଥିବା ମତଭେଦକୁ ଭୁଲି ଏକଜୁଟ୍ ହୋଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ। ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ନେତାମାନେ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ ପୂର୍ବକ ଏକଜୁଟ୍ ହୋଇ କାର୍ଯ୍ୟ କରିବା ଦରକାର। ଗଣମାଧ୍ୟମକୁ ମନ୍ତବ୍ୟ ଦେବା ସମୟରେ ସଂଯମତା ଆଚରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମକୁ ମନ୍ତବ୍ୟ ଦେବା ସମୟରେ ଦଳର ସ୍ବାର୍ଥକୁ ଯେପରି କ୍ଷତି ନ ପହଞ୍ଚିବ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ନବଗଠିତ ସିଡବ୍ଲ୍ୟୁସିର ପ୍ରଥମ ବୈଠକରେ ୧୪ଟି ପ୍ରସ୍ତାବ ଗୃହୀତ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories