www.samajalive.in
Monday, December 15, 2025
17.1 C
Bhubaneswar

ଶନିବାର ରାଶିଫଳ (୧୦.୦୬.୨୦୨୩)

ମେଷ : ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ହେବେ ନାହିଁ। ବିଶାଳ ଯଶର ଅଧିକାରୀ ହେବେ। ଦାନରେ ଅନୁରକ୍ତି ରହିବ। ଶତ୍ରୁ ଉପରେ ବିଜୟୀ ହେବେ।

ବୃଷ : ଅତୁଳ ରାଜସମ୍ପଦର ଅଧିକାରୀ ହେବେ। ମଣିମୟ ସିଂହାସନ ଆରୋହଣ କରିପାରନ୍ତି; ମାତ୍ର ଏହା ଦିନକ ପାଇଁ। ବିନୟୀ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହେବେ।

ମିଥୁନ : ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଲୁକ୍‌କାୟିତ ପ୍ରତିଭାକୁ ପବିତ୍ର ମନରେ ଲୋକଲୋଚନକୁ ଆଣିପାରନ୍ତି। ସନ୍ମାର୍ଗୀ ହେବେ। ଧର୍ମ ପରାୟଣ ଓ ପିତୃଭକ୍ତ ପୁତ୍ର ପ୍ରାପ୍ତ ହେବେ। ପରୋପକାରୀ ହେବେ।

କର୍କଟ : ନିକୃଷ୍ଟ ପ୍ରବୃତ୍ତିରୁ ନିବୃତ୍ତି ଗଲେ ମହାଫଳ ପ୍ରାପ୍ତିର ସୁଯୋଗ ଆସିବ; ମାତ୍ର ଅଜି ଦିନ ଭିତରେ ଆଶା ନିରାଶାରେ ପରିଣତ ହୋଇପାରେ। ନିଷ୍ଠାପର କର୍ମର ମହତ୍ତ୍ବ ରହିଛି। ସଚେତନତା ସହିତ ଯୋଡ଼ି ହେବେ।

ସିଂହ : ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ଅଛି। କେବଳ ରୁଗ୍‌ଣ ବ୍ୟକ୍ତିଙ୍କ ସେବା କାହିଁକି, ଯୋଗୀମାନଙ୍କର ପୂଜାର୍ଚ୍ଚନା କରିବା ଜୀବନର ବ୍ରତଭାବେ ଗ୍ରହଣ କରିବେ। ଜ୍ଞାନୀ ହେବେ।

କନ୍ୟା : ଈପ୍‌ସିତ ମାନସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କ ପରି ଅନ୍ତରାତ୍ମାକୁ ଆଲୋକିତ କରିପାରନ୍ତି। ଶତ୍ରୁ ପରାଜୟ ବରଣ କରିବା ଭୟରେ ଆତ୍ମସମର୍ପଣ କରିପାରନ୍ତି। ଭାଇମାନଙ୍କ ସହଯୋଗ ମିଳିବ।

ତୁଳା : ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। କାମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାତ୍ରାଧିକ ରୋଜଗାରର ସୂଚନା ମିଳୁଛି। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ।

ବିଛା : ଅନ୍ୟର ଚଲାପଥରେ ନିଜର ପ୍ରତିଭା ରୂପକ ଆଲୋକ ବିଚ୍ଛାଇ ଦେଇ ମାନବୀୟ ଧର୍ମ ଆଚରଣ କରିପାରନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। ସ୍ବୟଂ ସମୃଦ୍ଧ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ଧନୁ : ସେବା ଓ ସମ୍ବେଦନାର ପ୍ରତୀକ ଯେଉଁ ନାରୀ ସେହି ନାରୀମାନଙ୍କ ମନରେ ପୁନର୍ଜନ୍ମର ପ୍ରଭାବ ବିସ୍ତାର କରି ଶ୍ରଦ୍ଧାର ଏକ ଅଙ୍କୁର ଉଦ୍‌ଗମ କରାଇ ପାରନ୍ତି। ପରିଶ୍ରମର ଫଳ ସ୍ବରୂପ ଅର୍ଥାଗମର ସୂଚନା ମିଳୁଛି।

ମକର : ଆତ୍ମବିଶ୍ବାସ ଓ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିପାରେ। ସାଧୁସନ୍ଥଙ୍କର ଭାବରେ ଲୀନ ହୋଇପାରନ୍ତି। ଧୈର୍ଯ୍ୟବାନ୍‌ ହେଲେ ସଫଳତା ମିଳିପାରେ। ଆଶା ଅନୁସାରେ ଧନାଗମ ହୋଇପାରେ।

କୁମ୍ଭ : ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣିବେ। ସଂକଳ୍ପବାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜ୍ଞାନର ଅବତରଣ କରାଇ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାରେ ସଫଳ ହେବେ।

ମୀନ : ଶ୍ରମ ଓ ନିଷ୍ଠାର ମହତ୍ତ୍ବ ରହିଛି। ଅଖଣ୍ଡ ଆତ୍ମବିଶ୍ବାସ ଓ ଅବିଚ୍ଛନ୍ନ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରିପାରେ। ଜପ, ତପ, ଧ୍ୟାନ ଓ ଏକାନ୍ତ ସାଧନା ଫଳବତୀ ହେବ। ଶାରୀରିକ ଶକ୍ତି ହ୍ରାସ ପାଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories