ସୋମବାର ରାଶିଫଳ (୧୦.୦୪.୨୦୨୩)​

ମେଷ :  ଯଦିଓ କିଛି ଅଘଟଣ ଘଟିବାର ସମ୍ଭାବନା ଅଛି; ତଥାପି ଧୈର୍ଯ୍ୟ ଓ ସାହସର ସହିତ ତା’ର ମୁକାବିଲା କଲେ କିଛିଟା ସୁଧାର ଆସିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କରେ ଚଳିବେ।

ବୃଷ : ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ବ ଉପଲବ୍ଧ ହେବ। ଆନନ୍ଦ, ଉତ୍ସବ, ସୁଖ, ସମୃଦ୍ଧିର ଦିନଟି ଆଜି। ବାଣିଜ୍ୟ ବସତି ଲକ୍ଷ୍ମୀ। ଏହି ଉକ୍ତି ପ୍ରମାଣିତ ହେବ। ପତ୍ନୀଙ୍କ ସହାୟତା ମିଳିବ।

ମିଥୁନ : ଆପଣଙ୍କ ଆଦର୍ଶ ବ୍ୟକ୍ତିତ୍ବ ନିକଟରେ ଶତ୍ରୁତାର ଅବସାନ ଘଟିବ। ସତ୍‌ସଙ୍ଗରୁ ପାଇବେ ଶାଶ୍ବତ ସୁଖ, ଶାନ୍ତିର ସୂତ୍ର। ଋଣଦାତାଙ୍କ ଆର୍ଶୀବଚନ ଆପଣଙ୍କ ବରଦାନ ସଦୃଶ ହେବ। ମହାଜନ ଅଳ୍ପକେ ସନ୍ତୁଷ୍ଟ ହେବେ।

କର୍କଟ : ଈଶ୍ବର ଭକ୍ତିରେ ପ୍ରଭାବିତ ହୋଇ ପ୍ରବଚକ ହୋଇପାରନ୍ତି। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧର୍ମପତ୍ନୀଙ୍କ ସହଯୋଗ ଉପାଦେୟ ହେବ।

ସିଂହ : ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ନିଜ ପ୍ରତି କଠୋର ହେଲେ ବି ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। କଠିନ ଶ୍ରମରୁ ସଫଳତା ମିଳିବ।

କନ୍ୟା : ପୁଣ୍ୟ ଅର୍ଜନର ରୁଦ୍ଧ ଦ୍ବାରକୁ ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଉନ୍ମୁକ୍ତ କରିପାରନ୍ତି। ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମକୁ ଧାରଣ କରିପାରନ୍ତି। ସତ୍ୟ ଓ ଅହିଂସା ଜୀବନର ସଂହିତା ହେବ।

ତୁଳା : ଦାନ ଧର୍ମାନ୍‌, ରାଜ ଧର୍ମାନ୍‌, (ଶ୍ରୀ) ସ୍ତ୍ରୀ ଧର୍ମାନ୍‌, ଭଗବତ୍‌ ଧର୍ମାନ୍‌ ନୀତି ଅବଲମ୍ବନ କଲେ ଧନ, ମାନ, ନାନାଦିର ଉଳ ପ୍ରଦୀପ ହୋଇପାରନ୍ତି। ସେବା ଓ ପରୋପକାରରେ ମନୋନିବେଶ କରିପାରନ୍ତି।

ବିଛା : ସତ୍‌ ସହିତ ସୁସମ୍ପର୍କ ଯୋଡ଼ି ସତ୍‌ସଙ୍ଗର ସଫଳ ରୂପାୟନ କରିପାରନ୍ତି। ଆଗନ୍ତୁକଙ୍କ ଆତିଥ୍ୟକୁ ସାଦରେ ଗ୍ରହଣକରି ଶକ୍ତିବର୍ଦ୍ଧକ ଭୋଜନରେ ଆପ୍ୟାୟିତ କରିବେ। ଶ୍ରୀଚନ୍ଦ୍ର ହେତୁ ଭଲ ଆୟ ହେବ।

ଧନୁ : ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହେବେ। ଗୁଣ, ଗରିମାର ଗନ୍ତାଘର ହେଲେ ବି ଭାଷା ଓ ବ୍ୟବହାର କମନୀୟ ଓ ନମନୀୟ ହେବ। କର୍ମ ତତ୍ପରତା ଓ କାର୍ଯ୍ୟନିଷ୍ଠା ଆପଣଙ୍କୁ ଶ୍ରେଷ୍ଠ କରିପାରେ।

ମକର : ଭକ୍ତିରୂପକ ଅମୂଲ୍ୟରତ୍ନକୁ ପାଥେୟ କରି, ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। କରିତ୍‌କର୍ମା ହେବେ। ସରକାରୀ ସ୍ତରରୁ ଧନ ଆହରଣ କରିବାରେ ସକ୍ଷମ ହେବେ।

କୁମ୍ଭ : ଜ୍ଞାନାଲୋକରେ କର୍ମମୟ ଜୀବନକୁ ଉଳମୟ କରିପାରନ୍ତି। ଅନ୍ୟର ଚଲାପଥରେ ଆଲୋକ ବିଛାଇ ଦେବାର ଧର୍ମ ଆଚରଣ କରିପାରନ୍ତି। ସମାଜସେବାରେ ବ୍ରତୀ ହୋଇ ଲୋଙ୍କ ସେବା କରିବେ।

ମୀନ : ଭାଗ୍ୟଲକ୍ଷ୍ମୀଙ୍କ କରୁଣା ଦୃଷ୍ଟି ଆପଣଙ୍କ ଉପରେ ରହିଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଦୈବୀ ପ୍ରଦତ୍ତ କ୍ଷମତା ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି।

Comments are closed.