www.samajalive.in
Saturday, December 13, 2025
26.1 C
Bhubaneswar

କେମିକାଲ୍ ଯୁକ୍ତ ଫେସୱାଶ୍‌ ଛାଡ଼ି ଘରୋଇ ଉପାୟରେ ସଫା କରନ୍ତୁ ମୁହଁ : ପାଆନ୍ତୁ ଉଜ୍ବଳତା

ସାଧାରଣତଃ ଆମେ ସମସ୍ତେ ମୁହଁକୁ ସଫା କରିବା ପାଇଁ ବା ଧୋଇବା ପାଇଁ ଫେସ୍‌ୱାଶ୍ ବ୍ୟବହାର କରିଥାଆନ୍ତି। ହେଲେ ବଜାରରେ ମିଳୁଥିବା ରାସାୟନିକ ପଦାର୍ଥ ମିଶ୍ରିତ ଫେସ୍‌ୱାଶ୍‌ ଯୋଗୁଁ ମୁହଁରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ। ତେଣୁ ଘରୋଇ ଉପାୟରେ ପ୍ରସ୍ତୁତ ଫେସ୍‌ୱାଶ୍‌ର ବ୍ୟବହାର କରିବା ଦ୍ବାରା ପାର୍ଶ୍ବପ୍ରତିକ୍ରିୟା ଭୟ ଦୂର ହେବା ସହ ମୁହଁରେ ପ୍ରାକୃତିକ ଚମକ ଆସିଥାଏ। ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଫେସ୍‌ୱାଶ୍‌ ତିଆରି କରିବାର ଉପାୟ ଓ ବ୍ୟବହାର କରିବାର ଲାଭ ବିଷୟରେ –

ଲେମ୍ବୁ ଓ ମହୁ ଫେସ୍ଓ୍ବାଶ୍ : ମହୁ ଓ ଲେମ୍ବୁ ତ୍ୱଚା ପାଇଁ ଏକ ଆଣ୍ଟିସେପ୍ଟିକ୍ ଏବଂ ମଶ୍ଚରାଇଜର ପରି କାମ କରିଥାଏ। ଏହା ମୃତ କୋଷକୁ ବାହାର କରିଦେଇଥାଏ। ୨ ଚାମଚ ମହୁରେ ୧ ଚାମଚ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ପ୍ରଥମେ ହାତ ପାପୁଲିରେ ରଖି ମୁହଁ ଓ ବେକରେ ଲଗାନ୍ତୁ। ଏହା ଶୁଖିଗଲା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

- Advertisement -

ଆଲୋଭେରା ଫେସ୍ଓ୍ବାଶ : ଏକ ପାତ୍ରରେ ଆଲୋଭେରା ଜେଲ୍ ନିଅନ୍ତୁ। ୨ ଚାମଚ ଗୋଲାପ ଜଳ, ୨ ଚାମଚ ବାଦାମ ତେଲ ଓ ୫-୧୦ ଟୋପା ଲାଭେଣ୍ଡର ତେଲ ସହିତ ଭିଟାମିନ୍-ଇ କ୍ୟାପ୍ସୁଲ୍ ମିଶାଇ ଏକ ଏୟାର ଟାଇଟ୍ କଣ୍ଟେନରରେ ଭର୍ତ୍ତି କରି ରଖି ଦିଅନ୍ତୁ। ଏହାକୁ ଲଗାଇବାକୁ ହେଲେ ପ୍ରଥମେ ମୁହଁକୁ ଧୋଇ ଦିଅନ୍ତୁ । ଏହାପରେ ଏଥିରୁ ଅଳ୍ପ କିଛି ନେଇ ମୁହଁରେ ହାଲୁକା ମାଲିସ କରନ୍ତୁ। ଏହାପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଫେସ୍ଓ୍ବାଶ ଲଗାଇବା ପୂର୍ବରୁ କଣ୍ଟେନରକୁ ଭଲଭାବେ ହଲାଇବାକୁ ଭୁଲନ୍ତୁ ନାହିଁ।

ନଡ଼ିଆତେଲ ଫେସ୍ଓ୍ବାଶ : ନଡିଆ ତେଲ କିଛି ବୁନ୍ଦା ମୁହଁରେ ଲଗାନ୍ତୁ। ଏହାକୁ ୩୦ ସେକେଣ୍ଡ ପର୍ୟ୍ୟନ୍ତ ମାଲିସ କରନ୍ତୁ। ମୁହଁରେ ଥିବା ଲୋମକୁପ ଖୋଲିବାକୁ ହେଲେ ଏକ ସଫା ଟାଓ୍ବେଲ ନେଇ ତାକୁ ଗରମ ପାଣିରେ ବୁଡାଇ ସାରିବା ପରେ ମୁହଁକୁ ଭଲଭାବେ ଘୋଡ଼ାନ୍ତୁ। ୧୫-୩୦ ସେକେଣ୍ଡ ପରେ ଟାଓ୍ବେଲ କାଢ଼ି ଦିଅନ୍ତୁ। ଏହା ପରେ ଓ୍ବେଟ ଟିସୁ ପେପର ସାହାଯ୍ୟରେ ମୁହଁକୁ ଭଲଭାବେ ପୋଛି ଦିଅନ୍ତୁ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories