www.samajalive.in
Saturday, December 6, 2025
16.1 C
Bhubaneswar

ଦାନ୍ତ ଯନ୍ତ୍ରଣା ଲାଘବ କରିବ ଏହି ଘରୋଇ ଉପଚାର

ଦାନ୍ତରେ ଯନ୍ତ୍ରଣା ହେଲେ ତାକୁ ସହ୍ୟ କରିବା ବହୁତ କଷ୍ଟ। କିଛି ଲୋକ ତ ଏଥିରୁ ତତ୍‍କ୍ଷଣାତ ମୁକ୍ତି ପାଇବା ପାଇଁ ବିକଳ ହୋଇ ଯିଏ ଯାହା କୁହେ ସବୁ କରି ପକାନ୍ତି। ତଥାପି ଯନ୍ତ୍ରଣା କମ୍‍ ହୋଇ ନ ଥାଏ। ତେବେ ଦାନ୍ତ ଯନ୍ତ୍ରଣାକୁ ଲାଘବ କରିବାରେ କିଛି ଘରୋଇ ଉପଚାର ବେଶ୍‍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା ଦାନ୍ତ ଯନ୍ତ୍ରଣା ଦୂର କରିବାର ଘରୋଇ ଉପାୟ ବିଷୟରେ –

୧– ଏକ ଚାମଚ ଲେମ୍ବୁ ରସ ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଦାନ୍ତରେ ଲଗାଇବା ଦ୍ବାରା ଯନ୍ତ୍ରଣା ଯଥେଷ୍ଟ କମିଥାଏ।
୨– ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାଇବା ଦ୍ବାରା ବହୁତ ଆରାମ ମିଳିଥାଏ।
୩– ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ।
୪- ଗୋଟିଏ ବା ଦୁଇଟି ରସୁଣ କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ଦିନକୁ ଅତି କମରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମିଥାଏ।
୫– ଏକ ଚାମଚ ଲୁଣକୁ ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ।
୬ -ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୁଏ।
୭– ଫିଟିକିରି ପାଉଡର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୋଇଥାଏ।
୮– ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚୁଟକି ବେକିଂ ସୋଡା ପକାଇ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories