www.samajalive.in
Saturday, December 6, 2025
19.1 C
Bhubaneswar

ପୌର ପରିଷଦ ନିର୍ବାହୀ ଅଧିକାରୀ ଭାବେ ଡେପୁଟୀ କଲେକ୍ଟରଙ୍କ ଦାୟିତ୍ୱ ଗ୍ରହଣ

ଦେବଗଡ: ଦେବଗଡ ପୌରପରିଷଦର ପ୍ରଶାସକ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ଦିବ୍ୟ ଶଙ୍କର ଜୟପୂରିଆ ଦେବଗଡ ପୈାର ପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ବାହୀ ଅଧିକାରୀ ଦାୟୀତ୍ୱ ଗ୍ରହଣ କରିବାପରେ ଶ୍ରୀ ଜୟପୂରିଆଙ୍କୁ ଜିଲ୍ଲାପାଳ ଶ୍ରୀ ସାମଲ ପୌରାଂଚଳର ସମସ୍ତ ୱାର୍ଡରେ ପରିମଳ ବ୍ୟବସ୍ଥା, ନାଳ ନର୍ଦ୍ଦମା ସଫେଇ, ରାସ୍ତାରେ ଗାଈ ଗୋରୁଙ୍କ ଆତଯାତ ଆଦି ସମସ୍ୟା ଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରତ୍ୟହ ତାଦରଖ କରିବା ସହ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ପୌରାଂଚଳର ସାମଗ୍ରୀକ ବିକାଶ, ସହରର ସୈାନ୍ଦର୍ଯ୍ୟକରଣ ଏବଂ ଜନସାଧାରଣଙ୍କ ସୁବିଧା ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ପରିବା ବିକାଳୀ ମାନଙ୍କ ସୁବିଧାପାଇଁ ନିର୍ମାଣଧିନ ଦୈନନ୍ଦିନ ପରିବା ମାର୍କେଟ କମ୍ପେ୍ଲସ ନିର୍ମାଣ କାର୍ଯ୍ୟ ସମାପ୍ତି, ଡେଲି ମାର୍କେଟ ରାସ୍ତା, ରଥଦାଣ୍ଡସାହି ରାସ୍ତା, ପ୍ରାଇଭେଟ ବସଷ୍ଟାଣ୍ଡ ରାସ୍ତାଗୁଡିକର ମରାମତି, ଗୋହିରା ବନ୍ଧ, ଷୋହଳ ବଖରୀ କଟା ଓ ଅନ୍ୟାନ୍ୟ ବନ୍ଧଗୁଡିକର ଉନ୍ନତିକରଣ, ଡ୍ରେନଗୁଡିକରେ ସ୍ଲାବ୍‍ ନିର୍ମାଣ, ନୂତନ କମ୍ୟୁନିଟି ସେଣ୍ଟର ଏବଂ ଟାଉନହଲ ନବିକରଣ ଆଦି କାମଗୁଡିକର କାର୍ଯ୍ୟକାରୀତାରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ପୌରାଂଚଳରେ ବିଭିନ୍ନ କାର୍ଯ୍ୟର ଅନିୟମିତତା ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାପାଇଁ ଜିଲ୍ଲାପାଳ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଦେବଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେବାପରେ ଡେପୁଟି କଲେକ୍ଟର ଶ୍ରୀ ଜୟପୂରିଆଙ୍କୁ ଏହି ପଦବୀରେ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories