www.samajalive.in
Friday, December 12, 2025
14.1 C
Bhubaneswar

ଶରୀରର କୌଣସି ସ୍ଥାନ ପୋଡ଼ିଗଲେ ତୁରନ୍ତ କରନ୍ତୁ ଏହି ଉପାୟ

ସାଧାରଣତଃ ଶରୀରର କୌଣସି ସ୍ଥାନ ନିଆଁରେ ପୋଡ଼ିଗଲେ ତାହା ଖୁବ୍ ଯନ୍ତ୍ରଣା ହେବା ସହ ଉକ୍ତ ସ୍ଥାନରେ ଦାଗ ହୋଇଯାଇଥାଏ। ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ଦାଗ ଦୂର କରିବା ପାଇଁ ଲୋକେ ଅନେକ ଔଷଧ ଆଦିର ବ୍ୟବହାର କରିଥାଆନ୍ତି। ତେ‌ବେ ଏପରି କିଛି ଘରୋଇ ଉପାୟ ଅଛି ଯାହାଦ୍ବାରା ପୋଡ଼ି ଯାଇଥିବା ସ୍ଥାନର ଯନ୍ତ୍ରଣା କମ୍ ହେବା ସହ ଦାଗ ମଧ୍ୟ ଖୁବ୍ କମ୍‌ ଦିନରେ ହଟିଯିବ। ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପାୟ ବିଷୟରେ –

ଆଳୁ: ଜ୍ୱଳନ ଯନ୍ତ୍ରଣାକୁ କମ୍ କରିବାରେ ଆଳୁ ବେଶ୍ ସହାୟକ ହୋଇଥାଏ। ଏହାଦ୍ୱାରା ଛାଲ ଉତୁରେ ନାହିଁ କି ଫୋଟକା ହୁଏ ନାହିଁ। ଏଣୁ ଶରୀରର କୌଣସି ଅଂଶରେ ନିଆଁ ଲାଗିଗଲେ, ସେଠାରେ ତୁରନ୍ତ ଆଳୁକୁ ବାଟି ଲଗାଇଦିଅନ୍ତୁ। ଆରାମ ମିଳିବ।

- Advertisement -

କ୍ଷୀର: ନିଆଁ ଲାଗିଗଲେ ତ୍ୱଚା ଉପରେ ତୁରନ୍ତ ଥଣ୍ଡା କ୍ଷୀର ଢାଳିଦିଅନ୍ତୁ। ଏହାଦ୍ୱାରା ତ୍ୱଚା ସଂକ୍ରମଣର ଭୟ ମଧ୍ୟ ଦୂରେଇଯାଏ। ଧ୍ୟାନ ରଖିବେ କ୍ଷୀର ବିନା ମଲାଇ ବାଲା ଥିବା ଆବଶ୍ୟକ।

ନଡ଼ିଆତେଲ: ଜଳିଯାଇଥିବା ସ୍ଥାନରେ ନଡ଼ିଆ ତେଲ ଲଗାଇବା ସବୁଠୁ ଉତ୍ତମ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଥାଏ। ପୋଡ଼ା ସ୍ଥାନରେ ସୃଷ୍ଟି ହେଉଥିବା ଦାଗ ମଧ୍ୟ ଏହାଦ୍ୱାରା ଦୂର ହୋଇଯିବ।

ଲେମ୍ବୁ: ପୋଡ଼ା ସ୍ଥାନରେ ଲେମ୍ବୁ ରସକୁ ୨-୩ ଦିନ ପର୍ୟ୍ୟନ୍ତ ବ୍ୟବହାର କରନ୍ତୁ। ଏହା ଜଳିବା କାରଣରୁ ସୃଷ୍ଟି ହେଉଥିବା ଦାଗକୁ ଭଲ କରିଥାଏ।

ଘିକୁଆଁରୀ: ଘିକୁଆଁରୀ ଜେଲ୍ ଔଷଧ ଭଳି କାମ କରିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରର କୌଣସି ସ୍ଥାନ ପୋଡ଼ି ହୋଇଗଲେ ଘିକୁଆଁରୀ ବେଶ୍ ଫାଇଦା ଦେଇଥାଏ। ଏହା ପୋଡ଼ା ଯନ୍ତ୍ରଣା ଲାଘବ କରିବା ସହ ଦାଗ ବି ଦୂର କରିଦିଏ।

କଳଦୀ ପତ୍ର: ଆଣ୍ଟି ଇନ୍ଫ୍ଲାମେଟୋରୀ, ଆଣ୍ଟି ମାଇକ୍ରୋବିଆଲ୍ ଭଳି ଗୁଣରେ ଭରପୁର କଦଳୀ ପତ୍ର ଜଳିବା ସ୍ଥାନରେ ଲଗାଇଲେ ବେଶ୍ ଆରାମ ମିଳିଥାଏ। କଦଳୀ ପତ୍ରକୁ ବାଟି ଏହାର ରସକୁ ମଧ୍ୟ ପୋଡ଼ି ଯାଇଥିବା ସ୍ଥାନରେ ଲଗାଇଲେ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

 

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories