www.samajalive.in
Friday, December 12, 2025
14.1 C
Bhubaneswar

ଦେଶୀ ମଦ ଆଡ୍ଡାରେ ଚଢ଼ାଉ ଚୋରା ମଟର ସାଇକଲ ସହ ଜଣେ ଗିରଫ

ବଲାଣି:ବଲାଣି ଥାନା ଅନ୍ତର୍ଗତ ନିମତୁର ଗ୍ରାମରେ ଦେଶୀ ମଦ ଆଡ୍ଡାରେ ଚଢ଼ାଉ କରି ଦେଶି ମଦ ଏବଂ ଗୋଟିଏ ଚୋରା ମଟର ସାଇକେଲ ସହ ଜଣଙ୍କୁ ଗିରଫ କରିଛି ବଲାଣି ପୁଲିସ । ଗିରଫ ଅଭିଯୁକ୍ତ ନିମତୁର ଗ୍ରାମର ସୋମା ମୁଣ୍ଡା ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ଠାରୁ ୨୦ ଲିଟର ଦେଶୀ ମଦ ସହ ଚୋରା ଚାଲାଣ ରେ ବ୍ୟବହୃତ ଏକ ହିରୋ ହୋଣ୍ଡା ପେସନ ମଟର ସାଇକଲକୁ ଜବତ କରାଯାଇଛି । ତେବେ ତଦନ୍ତ ସମୟରେ ଏହି ମୋଟର ସାଇକଲଟି ଚୋରି ମୋଟର ସାଇକଲ ବୋଲି ପୁଲିସ ଜାଣିବାକୁ ପାଇଛି । ଏହାର ପ୍ରକୃତ ମାଲିକ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଅଂଚଳର ନୂଆମୁଣ୍ଡି ଥାନା ଅଂଚଳର ରାଜୁ ଲୋହାର ହୋଇଥିବା ବେଳେ ଏ ନେଇ ନୂଆମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ରହିଛି । ଯାହାକୁ ଆଧାର କରି ନୂଆମୁଣ୍ଡି ପୁଲିସ ୪୬/୧୮ରେ ଚୋରି ମଟର ସାଇକଲର ଏକ ମାମଲା ରୁଜୁ କରାଯାଇଛି । ତେବେ ଆଜି ବଲାଣି ପୁଲିସ ଦ୍ୱାରା ୫୬/୧୯ ରେ ଦେଶୀ ମଦ କାରବାର ଓ ଗାଡି ଚୋରି ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବଲାଣି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories