www.samajalive.in
Monday, December 15, 2025
24.1 C
Bhubaneswar

ଶରୀରରେ ୪୨ ଶହୀଦଙ୍କ ନାମ ଚିତା କୁଟାଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବକ; କହିଲେ ଦିନେ ଅଧେ ନୁହେଁ, ସାରା ଜୀବନ ମନେ ରଖିବି

ଲକ୍ଷ୍ମୌ: ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକେ ସମସ୍ତ ଶହୀଦଙ୍କୁ ସାରା ଜୀବନ ମନେ ରଖି ନ ପାରନ୍ତି। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଉତ୍ତରପ୍ରଦେଶର ଜଣେ ଯୁବକ। ସେ ଶହୀଦ ଯବାନମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଦେଶଭକ୍ତିର ପରିଚୟ ଦେଇଛନ୍ତି। ସେ ନିଜ ଶରୀରରେ ୪୨ ଜଣ ଶହୀଦ ଯବାନଙ୍କ ନାମକୁ ଚିତା କୁଟାଇଛନ୍ତି। ସେ କହିଛନ୍ତି ଦିନେ ଅଧେ ନୁହେଁ, ସାରା ଜୀବନ ଶହୀଦମାନଙ୍କୁ ମନେ ରଖିବି।

ସୂଚନା ମୁତାବକ, ଯୁବକଙ୍କ ନାମ ବିଜୟ ଏବଂ ତାଙ୍କ ଘର ରାମଲୀ ଜନପଦ ଅନ୍ତର୍ଗତ ଭାରସୀ ଗାଁରେ। ଯୁବକ ଜଣକ କହିଛନ୍ତି ପିଲା ବେଳୁ ତାଙ୍କର ଦେଶ ପ୍ରତି ଗଭୀର ଭକ୍ତି ରହିଛି। ତାଙ୍କ ଭାଇ ମଧ୍ୟ ଦେଶ ସେବା କରୁଛନ୍ତି। ତେଣୁ ସେ ପୁଲୱାମାରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏପରି କରିଛନ୍ତି। ସେ ତାଙ୍କ ପିଠିରେ ପ୍ରଥମେ ଲେଖିଛନ୍ତି ଯେ​‌, ପୁଲୱାମାରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି। ତା’ ପରେ ୪୨ ଜଣ ଶହୀଦଙ୍କ ନାମ ଲେଖିଛନ୍ତି।

- Advertisement -

ସର୍ବପ୍ରଥମେ ରହିଛି ଜିମାଲ ସିଂହଙ୍କ ନାମ। ଏହା ପରେ ନସିର ଅହମ୍ମଦ, ସୁଖବିନ୍ଦର ସିଂହ, ରୋହିତାସ ଲାମ୍ବା, ତିଲକ ରାଜଙ୍କ ସମେତ ଅନ୍ୟ ଶହୀଦଙ୍କ ନାମ। ଏହା ପୂର୍ବରୁ ବିଜୟ ପ୍ରଧାନମନ୍ତୀଙ୍କୁ ରକ୍ତରେ ଏକ ଚିଠି ଲେଖି ପଠାଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ଯଦି ଶହୀଦମାନଙ୍କୁ ନ୍ୟାୟ ନ ମିଳିବ ତା’ହେଲେ ଦେଶର ଯୁବକମାନେ ଆନ୍ଦୋଳନ ଆରମ୍ଭ କରିବେ। ଶନିବାର ଇଣ୍ଡିଆ ଗେଟ୍‌ ନିକଟରେ ଶହୀଦମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ଧାରଣା ଦିଆଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories