www.samajalive.in
Wednesday, December 10, 2025
23.1 C
Bhubaneswar

ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ରାଜ୍ୟଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରନ୍ତୁ – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ସମଗ୍ର ଭାରତବର୍ଷରେ ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷର ରୋଡମ୍ୟାପ୍ ଉପରେ ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନାର ଏକ ପ୍ରମୁଖ ସ୍ତମ୍ଭ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ। ଜାତୀୟ ଶିକ୍ଷା ନୀତିର ପାଖାପାଖି ୪ ବର୍ଷ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅଗ୍ରଗତି ହୋଇଛି। ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷା ଏବଂ ସମସ୍ତ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି, ବିଶେଷ ଭାବରେ ବିଶ୍ୱ ଯେତେବେତେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେଉଛି ସେହି ସମୟରେ ଯୁବକଙ୍କୁ ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ନାଗରିକ କରିବା ଆମର ଆହ୍ୱାନ।

ଷ୍ଟେନ୍ସ ହତ୍ୟା ମାମଲା: ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

- Advertisement -

ଏହି ବୈଠକରେ ପଞ୍ଚବାର୍ଷିକ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ। ୧୦୦ ଦିନିଆ ଆକ୍ସନ ପ୍ଲାନ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସମଗ୍ର ଶିକ୍ଷା ଅଧୀନରେ ଭିତ୍ତିଭୂମି କାର୍ଯ୍ୟ, ଆଇସିଟି ଏବଂ ସ୍ମାର୍ଟ ଶ୍ରେଣୀଗୃହର ଅଗ୍ରଗତି ସ୍ଥିତି ଉପରେ ଚର୍ଚ୍ଚା ହେବ । ସେହିପରି ଭିଏସକେ ଏବଂ ୨୦୦ ଚ୍ୟାନେଲର ସେଟିଂ, ୨୦୨୩-୨୪ ପାଇଁ ୟୁଡିଆଇଏସଇ+ ର ଚୂଡ଼ାନ୍ତୀକରଣ, ଡାଏଟ୍ ଉପରେ ଆଲୋଚନା ଏବଂ ବିଦ୍ୟାଳୟ ଗୁଡ଼ିକରେ ତମାଖୁ ନିୟନ୍ତ୍ରଣ ଏବଂ ଟିଓଏଫଇଆଇ ନିର୍ଦ୍ଦେଶାବଳୀ ପ୍ରତିରୋପଣ ଆବଶ୍ୟକତା ଉପରେ ଆଲୋଚନା ହେବ।

ଖସିପଡିଲେ ପ୍ରଭୁ ବଳଭଦ୍ର, ୩ ସେବାୟତ ଆହତ

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories