www.samajalive.in
Wednesday, December 10, 2025
23.1 C
Bhubaneswar

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର : ତୃଣମୂଳସ୍ତରର ଯୁବ ହକି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଖେଳାଳିଙ୍କ ଏକ ମଜବୁତ ପାଇପ୍ ଲାଇନ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ର (ଏଚପିସି) ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନସିପର ଅନ୍ତିମ ମ୍ୟାଚ ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ ।

- Advertisement -

ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ନୂଆଗାଁ ଓ ଯାଜପୁରଠାରେ ଏହି ଚାମ୍ପିୟନଶିପର ପ୍ରାରମ୍ଭିକ ପର୍ଯ୍ୟାୟର ମ୍ୟାଚଗୁଡିକ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ତୃଣମୂଳସ୍ତର କେନ୍ଦ୍ରରୁ ପୁରୁଷ ଓ ମହିଳା ବର୍ଗରେ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ବର୍ଗରୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ୮ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

ପୁରୁଷ ବର୍ଗରେ ଏଚପିସି ରାଜଗାଙ୍ଗପୁର, କୁତ୍ରା, ବଣେଇ, ତିଲେଇକାନି, ବିଶ୍ରା, ଛତ୍ରପୁର, ସବଦେଗା ଓ ସୌନାମୁରା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମହିଳା ବର୍ଗରେ ଏଚପିସି ଗୁରୁଣ୍ଡିଆ, ନୂଆଗାଁ, ଲେଫ୍ରିପଡା, କୁଆଁରମୁଣ୍ଡା, ବରଗାଁ, ଲାଠିକଟା, ଛତ୍ରପୁର ଓ ଢେଙ୍କାନାଳ ଯୋଗ୍ୟତା ଅର୍ଜନ କରିଛନ୍ତି ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories