www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଉପାୟରେ ହୋଲିର ପର୍ବକୁ କରନ୍ତୁ ସ୍ମରଣୀୟ

ରାତି ପାହିଲେ ଫଗୁ ଖେଳ। ସଭିଏଁ ହୋଲିର ପର୍ବକୁ ବେଶ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାଆନ୍ତି। ଏହି ଦିନ ରଙ୍ଗର ବେଶ ମହତ୍ତ୍ୱ ରହିଛି। ସେହିପରି ହୋଲିରେ ବନ୍ଧୁମିଳନର ମଧ୍ୟ ବିଶେଷତ୍ୱ ରହିଛି। ହୋଲିରେ ନୃତ୍ୟ, ସଙ୍ଗୀତ , ସ୍ୱାଦିଷ୍ଟ ଖାଦ୍ୟପେୟକୁ ସମସ୍ତେ ବେଶ ଉପଭୋଗ କରିଥାଆନ୍ତି। ଏସବୁ ବିନା ହୋଲିର ମଜା ଆସିନଥାଏ। ତେଣୁ ହୋଲିକୁ ସ୍ମରଣୀୟ କରିବା ପାଇଁ ଆପଣଙ୍କୁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଜାଣନ୍ତୁ ସେ ବିଷୟରେ ….
ରଙ୍ଗବେରଙ୍ଗର ନିମନ୍ତ୍ରଣ ପତ୍ର –
ସମସ୍ତ ପର୍ବପର୍ବାଣୀରେ ଆମେ ଆମ ବନ୍ଧୁପ୍ରିୟ ଜନଙ୍କୁ  ନିମନ୍ତ୍ରଣ ପତ୍ର ଦେଇଥାଉ। ତେଣୁ ଏହି ନିମନ୍ତ୍ରଣ ପତ୍ର ସୁନ୍ଦର ହେଲେ ଆପଣଙ୍କ ପର୍ବ ପାଳନର ମଜାକୁ ଦୁଇଗୁଣିତ କରି ଦେଇଥାଏ। ତେଣୁ ରଙ୍ଗବେରଙ୍ଗର ଓ ଆକର୍ଷଣୀୟ ସାଜସଜ୍ଜା ବିଶିଷ୍ଟ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରନ୍ତୁ।
ସ୍ୱାଦିଷ୍ଟ ଖାଦ୍ୟପେୟ –
ଯେକୌଣସି ପର୍ବ ହେଉ ସ୍ୱତନ୍ତ୍ର ଖାଦ୍ୟ ସେହି ପର୍ବର ମହତ୍ତ୍ୱକୁ ଦୁଇଗୁଣିତ କରି ଦେଇଥାଏ। ହୋଲିରେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ମିଠାଦ୍ରବ୍ୟ ଯେପରି କରଞ୍ଜି, କାକରା, ମାଲପୁଆ, ଏହ ସହ ଅନ୍ୟାନ୍ୟ ଖାଦ୍ୟରେ ପୁରୀ, ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ଲସୀ, ଭଳି ବିଭିନ୍ନ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରି ଆପଣ ଖୁବ ମଜାର ସହ ହୋଲି ପର୍ବର ପାଳନ କରିପାରିବେ।
ନୃତ୍ୟ, ସଙ୍ଗୀତ –
ଏହାର ମଧ୍ୟ ଏକ ଭିନ୍ନ ମଜା ରହିଛି। ବିଭିନ୍ନ ପ୍ରକାରର ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ବେଶ ଆନନ୍ଦ ଓ ଉଲ୍ଲାସରେ ହୋଲି ପାଳନ କରିପାରିବେ।
ହୋଲିରେ ସ୍ୱତନ୍ତ୍ର ଖେଳ – ଆପଣ ନିଜ ପସନ୍ଦ ଅନୁଯାୟୀ ହୋଲିରେ ସ୍ୱତନ୍ତ୍ର ଖେଳର ମଧ୍ୟ ଆୟୋଜନ କରିପାରିବେ। ଏହା ଦ୍ୱାରା ଆପଣ ନିଜକୁ ହୋଲି ରଙ୍ଗର ମଜା ନେବା ସହ ଖେଳର ମଧ୍ୟ ମଜା ନେଇପାରିବେ। ଏହା ଆପଣଙ୍କ ହୋଲିର ମଜାକୁ ଦୁଇଗୁଣିତ କରିଦେବ।
ପୋଷାକ –
ସୁନ୍ଦର ପୋଷାକ ସର୍ବଦା ଆପଣଙ୍କର ଆକର୍ଷଣର କାରଣ ହୋଇଥାଏ। ତେଣୁ ହୋଲିର ପର୍ବରେ ଆପଣ ଲକ୍ଷ୍ୟ କରିଥିବେ ଧଳା ରଙ୍ଗ ପିନ୍ଧିବା ଦ୍ୱାରା ଏହା ଖୁବ ସୁନ୍ଦର ଲାଗିଥାଏ। କାରଣ ଧଳାରଙ୍ଗର ପୋଷାକରେ ବିଭିନ୍ନ ପ୍ରକାରର ରଙ୍ଗରେ ଲାଗିଲେ ହୋଲିର ଏକ ସ୍ୱତନ୍ତ୍ର ମଜା ଆସିଥାଏ। ତେଣୁ ଏହି ଦିନରେ ଧଳାରଙ୍ଗର ପୋଷାକ ପିନ୍ଧନ୍ତୁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories