www.samajalive.in
Saturday, December 6, 2025
16.1 C
Bhubaneswar

ଧାର୍ମିକ ମହତ୍ତ୍ୱରେ ହୋଲି

ଭାରତ ହେଉଛି ପର୍ବପର୍ବାଣୀର ଦେଶ। ବର୍ଷସାରା ଲୋକେ ବିଭିନ୍ନ ପର୍ବପର୍ବାଣୀକୁ ଖୁବ ଧୁମଧାମରେ ପାଳନ କରିଥାଆନ୍ତି। ସମସ୍ତ ପର୍ବପର୍ବାଣୀର ଭିନ୍ନ ମହତ୍ତ୍ୱ ରହିଛି। ସେଭଳି ଏକ ପର୍ବ ହେଉଛି ହୋଲିି। ଭାରତରେ ‘ହୋଲି’କୁ ପ୍ରେମର ପର୍ବ ବୋଲି ମଧ୍ୟ କୁହାଯାଏ। ଏହି ପର୍ବ ଲୋକଙ୍କ ଜୀବନରେ ହସଖୁସିର ରଙ୍ଗ ଭରି ଦେଇଥାଏ। ‘ହୋଲି’କୁ ନେଇ ମଧ୍ୟ ପୌରାଣିକ କାହାଣୀ ରହିଛି। ଏହାର ଧାର୍ମିକ କାରଣ ହିଁ ଏହି ପର୍ବର ମହତ୍ତ୍ୱକୁ ଦୁଇଗୁଣିତ କରିଦେଇଥାଏ। ଜାଣନ୍ତୁ ସେହି କାହାଣୀ ବିଷୟରେ ….
ପୌରାଣିକ କଥା ଅନୁଯାୟୀ, ପ୍ରାଚୀନ କାଳରେ ହିରଣ୍ୟକଶ୍ୟପ ନାମରେ ଏକ ରାକ୍ଷସ ଥିଲା। ସେହି ସମୟରେ ସେ ବଳବାନ ରାକ୍ଷସ ମାନଙ୍କ ମଧ୍ୟରେ ଗୋଟିଏ ଥିଲା। ସେ ଦେବତାମାନଙ୍କୁ ଘୃଣା କରୁଥିଲା। ଭଗବାନ ବିଷ୍ଣୁଙ୍କୁ ସେ ନିଜର ଶତ୍ରୁ ବୋଲି ଭାବୁଥିଲା। ମାତ୍ର ତା’ର ପୁତ୍ର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ତେଣୁ ସେ ନିଜ ପୁତ୍ର ଉପରେ ଖୁବ ଅଶାନ୍ତ ରହୁଥିଲା। ଏହି କାରଣରୁ ଅନେକ ଉପାୟରେ ସେ ନିଜ ପୁତ୍ରକୁ ମାରିବା ପାଇଁ ଚେଷ୍ଟା କରୁଥିଲା। ମାତ୍ର ସେ ବିଫଳ ହେଉଥିଲା। ସେ ଅନ୍ୟ ଏକ ଉପାୟରେ ପ୍ରହ୍ଲାଦକୁ ମାରିବା ପାଇଁ ଯୋଜନା କରିଥିଲା। ‘ହୋଲିକା’ନାମରେ ହିରଣ୍ୟକଶ୍ୟପର ଭଉଣୀ ଥିଲା। ତାକୁ ବରଦାନ ଥିଲା ଯେ, ସେ ଅଗ୍ନିରେ ଭସ୍ମ ହେବ ନାହିଁ। ଏହି କାରଣରୁ ନିଜ ଭାଇର ଯୋଜନା ଅନୁଯାୟୀ ହୋଲିକା ପ୍ରହ୍ଲାଦକୁ ନେଇ ଅଗ୍ନିରେ ବସିଥିଲା। ମାତ୍ର ସେ ନିଜେ ଭସ୍ମ ହୋଇଗଲା। କିନ୍ତୁ ପ୍ରହ୍ଲାଦ ଜୀବିତ ଥିଲେ। ତେଣୁ ସେହି ଦିନ ଠାରୁ ଲୋକେ ଏହି ଦିନଟିକୁ ଏକ ପର୍ବ ଭାବେରେ ପାଳିଲେ। ଏହି ପର୍ବକୁ ଅସତ୍ୟ ଉପରେ ସତ୍ୟର ଜୟ ରୂପରେ ପାଳନ କରାଯାଏ। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ହୋଲିର ଦିନକ ପୂର୍ବରୁ ଏହି ପର୍ବ ପାଳନ କରାଯାଏ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories