ଉମରକୋଟ : ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ଜଣ ଆହତ ହେବା ସହ ଗାଡିର ଚାଳକ ଅଧିକ ଗୁରୁତର ହୋଇଥିବା ଜଣାପଡିଛି। ଗାଡିଟି ଝରିଗାଁ ବ୍ଲକ ହାତୀବାଡି ଠାରେ ଏକ ଗଛ ପିଟି ହୋଇଯାଇଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଝରିଗାଁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବରଯାତ୍ରୀ ଗାଡିଟି ଛତିଶଗଡ ଦେଓବୁକରୁ ରାଇଘର ହଳଦୀଗାଁ ନିକଟକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ତେବେ ମୃତ ଚାଳକଙ୍କର ପରିଚୟ ମିିଳିପାରି ନାହିଁ।
Popular Categories



