www.samajalive.in
Saturday, December 6, 2025
16.1 C
Bhubaneswar

ମନପ୍ରୀତ ଅଧିନାୟକ; ହାର୍ଦିକ ନୂଆମୁହଁ; ଅମିତ ନିରାଶ

ଭୁବନେଶ୍ୱର : ଓମାନର ରାଜଧାନୀ ମସ୍କଟ୍‍ରେ ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ୫ମ ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକି ପ୍ରତିଯୋଗିତା ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବା ନେଇ ହକି ଇଣ୍ଡିଆ ମନୋନୟନ କମିଟି ପକ୍ଷରୁ ବୁଧବାର ୧୮ ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ମିଡ୍‍ଫିଲ୍‍ଡର ମନ୍‍ପ୍ରୀତ ସିଂହଙ୍କୁ ଅଧିନାୟକ ଦାୟିତ୍ୱ ଅର୍ପଣ କରାଯାଇଛି। ଏସୀୟ କ୍ରୀଡ଼ାରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ଗୋଲକିପର ପି.ଆର୍‍. ଶ୍ରୀଜେଶଙ୍କ ସ୍ଥାନରେ ମନ୍‍ପ୍ରୀତଙ୍କୁ ଏହି ସୁଯୋଗ ଦିଆ ଯାଇଥିବା ବେଳେ ଚିଙ୍ଗଲେନ୍‍ସାନା ସିଂହ ଉପଅଧିନାୟକ ଦାୟିତ୍ୱ ତୁଲାଇବେ।
ଦଳରେ ଦୁଇଜଣ ଗୋଲକିପର ଶ୍ରୀଜେଶଙ୍କ ସହିତ କୃଷ୍ଣନ୍‍ ବାହାଦୁରଙ୍କୁ ସ୍ଥାନ ମିଳିଛି। ଡିଫେଣ୍ଡର କୋଥାଜିତ୍‍ ସିଂହ ଦଳକୁ ଫେରିଥିବାବେଳେ ୨୦ ବର୍ଷ ବୟସ୍କ ଡିଫେଣ୍ଡର ହାର୍ଦିକ ସିଂହଙ୍କୁ ପ୍ରଥମ ଥର ଲାଗି ସିନିୟର ଦଳରେ ସୁଯୋଗ ମିଳିଛି। ଫରୱାର୍ଡ଼ ବିଭାଗରେ ଗୁରଜାନ୍ତ ସିଂହ, ମଧ୍ୟମପନ୍ଥୀ ବିଭାଗରେ ନୀଳକାନ୍ତ ଶର୍ମା ଓ ସୁମିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସମ୍ଭାବ୍ୟ ଶିବିରରେ ଦଳରେ ସ୍ଥାନ ପାଇନଥିବା ଓ ପ୍ରତିବାଦ ପରେ ଶିବିରରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିନାହିଁ। ଅମିତ ଏସିଆନ ଚମ୍ପିଆନ୍‍ସ ଟ୍ରଫିରେ ଦଳରେ ସ୍ଥାନପାଇବା ନେଇ ଦୃଢ ଆଶାବାଦୀ ଥିଲେ ମଧ୍ୟ ନିରାଶ ହୋଇଛନ୍ତି। ସେହିପରି ଏସ.ଭି. ସୁନୀଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ।
ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି, ଏସିଆନ ଚମ୍ପିଆନ୍‍ସ ଟ୍ରଫି ଲାଗି ଦଳର ଭାରସାମ୍ୟ ଠିକ୍‍ ରହିଛି। ହକି ବିଶ୍ୱକପ ପୂର୍ବରୁ ଏସିଆନ ଚମ୍ପିଆନ୍‍ସ ଟ୍ରଫି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସୀୟ କ୍ରୀଡ଼ାରେ ରହିଥିବା ତ୍ରୁଟିକୁ ସୁଧାରି ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକିରେ ଭଲ ପ୍ରଦର୍ଶନ କରିବା ଉପରେ ଦଳ ଗୁରୁତ୍ୱ ଦେଉଛୁ। ସୂଚନାଯୋଗ୍ୟ, ୨୦୧୬ରେ ମାଲେସିଆରେ ଖେଳା ଯାଇଥିବା ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ୩-୨ ଗୋଲରେ ପାକିସ୍ତାନକୁ ପରାସ୍ତକରି ଚମ୍ପିଆନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ମାଲେସିଆ, ପାକିସ୍ତାନ, ଦକ୍ଷିଣ କୋରିଆ, ଜାପାନ ଓ ଆୟୋଜକ ଓମାନ ଦଳ ରହିଛି। ରାଉଣ୍ଡ ରବିନ୍‍ ଲିଗ୍‍ ବ୍ୟବସ୍ଥା ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ଖେଳିବେ। ଅକ୍ଟୋବର ୧୮ରେ ଭାରତ ପ୍ରଥମ ମ୍ୟାଚ୍‍ରେ ଓମାନ୍‍, ୨୦ରେ ପାକିସ୍ତାନ, ୨୧ରେ ଜାପାନ, ୨୩ରେ ମାଲେସିଆ ଓ ୨୪ରେ ଦକ୍ଷିଣ କୋରିଆକୁ ଭେଟିବ। ୨୭ରେ ସେମିଫାଇନାଲ ମ୍ୟାଚ୍‍ ଖେଳାଯିବାକୁ ଥିବା ବେଳେ ୨୮ରେ ଫାଇନାଲ ମ୍ୟାଚ୍‍ ଖେଳାଯିବ।
ଭାରତୀୟ ଦଳ: ପି.ଆର୍‍. ଶ୍ରୀଜେଶ, କୃଷ୍ଣନ୍‍ ବାହାଦୁର ପାଠକ (ଗୋଲ୍‍ରକ୍ଷକ), ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଥାଜିତ୍‍ ସିଂହ, ସୁରେନ୍ଦ୍ର କୁମାର, ଜର୍ମନପ୍ରୀତ ସିଂହ, ହାର୍ଦିକ ସିଂହ (ଡିଫେଣ୍ଡର); ମନପ୍ରୀତ ସିଂହ, ସୁମିତ, ନୀଳକାନ୍ତ ଶର୍ମା, ଲଳିତ କୁମାର ଉପାଧ୍ୟାୟ, ଚିଙ୍ଗଲେନସାନା ସିଂହ (ମିଡ୍‍ଫିଲଡର), ଆକାଶଦୀପ ସିଂହ, ଗୁରଜାନ୍ତ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ (ଫରୱାର୍ଡ)।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories