www.samajalive.in
Sunday, December 7, 2025
23.1 C
Bhubaneswar

ଅଲିମ୍ପିକ୍‌ସ ଯୋଗ୍ୟତା ହକି: ପ୍ରଥମ ମ୍ୟାଚରେ ରୁଷିଆକୁ ୪-୨ ଗୋଲ୍‌ରେ ହରାଇଲା ଭାରତୀୟ ପୁରୁଷ ଦଳ

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରେ ରୁଷିଆକୁ ୪-୨ ଗୋଲରେ ରୁଷିଆକୁ ପରାସ୍ତ କରି ଅଲିମ୍ପିକ୍‌ସରେ ଖେଳିବାର ଆଶା ଉଜ୍ଜିବୀତ ରଖିଛି।
ଶୁକ୍ରବାର ରାତିରେ ରୁଷିଆଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାରତ ମ୍ୟାଚରେ ବିଜୟ ନେଇ ନାକେଦମ ହେବାକୁ ପଡ଼ିଥିଲା। ଖେଳର ଅନ୍ତିମ ସମୟ ପର୍ଯ୍ୟନ୍ତ ରୁଷିଆ ଘରୋଇ ଭାରତକୁ କଡ୍ଡା ଟକ୍କର ଦେଇଥିଲା। ଖେଳର ୪ ମିନିଟ୍‍ରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ହରମାନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ୱାର୍ଟର ମ୍ୟାଚରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ରୁଷିଆ ମ୍ୟାଚକୁ ଫେରିବା ନେଇ ଜୋରଦାର ଉଦ୍ୟମ କରିଥିଲା। ଖେଳର ୧୭ତମ ମିନିଟ୍‍ରେ ଆନ୍ଦ୍ରେ କୁରାଏଭ୍‍ ରୁଷିଆ ପକ୍ଷରୁ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ଗୋଲ ବରାବର ରହିବା ପରେ ଉଭୟ ଦଳ ଅଧିକ ଆକ୍ରମଣାତ୍ମକ ଖେଳ ଆପଣାଇଥିଲେ। ଖେଳର ୨୪ତମ ମିନିଟ୍‍ରେ ଅଧିନାୟକ ମନପ୍ରୀତ୍‍ ସିଂହଙ୍କ ସୁନ୍ଦର ପାସ୍‍କୁ ମନଦୀପ୍‍ ସିଂହ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ଖେଳର ୨୯ତମ ମିନିଟ୍‍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଖେଳର ୩୭ତମ ମିନିଟ୍‍ରେ ଭାରତକୁ ଚତୁର୍ଥ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ତୃତୀୟ କ୍ୱାର୍ଟର ଖେଳରେ ଉଭୟ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ତୃତୀୟ କ୍ୱାର୍ଟର ଖେଳ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ୱାର୍ଟରରେ ଭାରତ ଗୋଲ ଦେବା ନେଇ ଭାରତ ଜୋରଦାର ଉଦ୍ୟମ କରିଥିଲା।।ଖେଳର ୪୭ତମ ମିନିଟ୍‍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ଖେଳର ୪୮ତମ ମିନିଟ୍‍ରେ ଅଧିନାୟକ ମନପ୍ରୀତ ସିଂହଙ୍କ ଏକ ସୁନ୍ଦର ପାସ୍‍କୁ ଏସ.ଭି ସୁନୀଲ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ଭାରତ ଶେଷ ଆଡକୁ ଗୋଲ ଦେବା ନେଇ ଜୋରଦାର ଆକ୍ରମଣ କରିଥିଲା। ଖେଳର ୫୩ତମ ମିନିଟ୍‍ରେ ମନପ୍ରୀତ ସିଂହଙ୍କ ସୁନ୍ଦର ପାସ୍‍କୁ ମନଦୀପ୍‍ ସିଂହ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ଭାରତ ୪-୧ ଗୋଲରେ ଅଗ୍ରଣୀ ରହିବା ପରେ ରୁଷିଆର ମ୍ୟାଚକୁ ଫେରିବା ନେଇ ପଥ ବନ୍ଦ ହୋଇଯାଇଥିଲା। ଖେଳର ୫୫ତମ ମିନିଟ୍‍ରେ ରୁଷିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଭାରତୀୟ ଖେଳାଳିମ।।ନ ଗୋଲଦେବାରେ କୌଣସି ସୁଯୋଗ ଦେଇନଥିଲେ। ଖେଳର ୫୭ତମ ମିନିଟ୍‍ରେ ଭାରତକୁ ଚତୁର୍ଥ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଭାରତ ନିକଟରେ ଗୋଲ ଦେବା ନେଇ ସୁଯୋଗ ରହିଥିଲେ ମଧ୍ୟ ଆମେରିକା ଖେଳାଳିମ।।ନ ଏହାକୁ ସଫଳ କରିବାକୁ ଦେଇନଥିଲେ। ଖେଳର ୬୦ତମ ମିନିଟ୍‍ରେ ରୁଷିଆକୁ ପେନାଲ୍ଟି କର୍ଣ୍ଣର ମିିଳିଥିଲା। ଏହାକୁ ସିନମ ମାଟୋସ୍କି ଗୋଲରେ ପରିଣତ କରି ଦଳକୁ ୨-୪ ସ୍ତରକୁ ଆଣିଥିଲେ। ଖେଳର ଅନ୍ତିମ ସମୟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିବାବେଳେ ଏହାକୁ ସୁନ୍ଦର ଭାବେ ରୁଷିଆ ଗୋଲକିପର ଅଟକାଇ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ମ୍ୟାଚକୁ ୪-୨ରେ ଜିତିବାରେ ଶେଷରେ ସକ୍ଷମ ହୋଇଥିଲା। ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଶନିବାର ଖେଳାଯିବ। ମନଦୀପ୍‍ ସିଂହଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories