www.samajalive.in
Tuesday, December 9, 2025
23.1 C
Bhubaneswar

କଳିଙ୍ଗ ଦେଶର ୫ ନମ୍ବର ହକି ଷ୍ଟାଡ଼ିୟମ

କଟକ : କଳିଙ୍ଗ ଷ୍ଟାଡ଼ିୟମ ଦେଶର ଶ୍ରେଷ୍ଠ ୫ ପ୍ରମୁଖ ହକି ଷ୍ଟାଡ଼ିୟମ ମଧ୍ୟରେ ସ୍ଥାନ ପାଇଛି। ଶ୍ରେଷ୍ଠ ୫ ହକି ଷ୍ଟାଡ଼ିୟମ ମଧ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ସମେତ ମୋହାଲି ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ଚଣ୍ଡିଗଡ଼ ହକି ଷ୍ଟାଡ଼ିୟମ, ସର୍ଦ୍ଦାର ବଲ୍ଲବଭାଇ ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ, ମେଜର ଧ୍ୟାନଚାନ୍ଦ ଜାତୀୟ ହକି ଷ୍ଟାଡ଼ିୟମ ପ୍ରମୁଖ ରହିଛି। ୧୯୭୮ ମସିହାରେ ନିର୍ମାଣ ହୋଇଥିବା କଳିଙ୍ଗ ଷ୍ଟାଡ଼ିୟମର ହକି କ​‌େ​‌ମ୍ପ୍ଲକ୍ସ ୨୦୧୩ରେ ନିର୍ମିତ ହୋଇଥିଲା। ଜର୍ମାନ ବ୍ଲୁ ଟର୍ଫ ବିଛାଯାଇଥିବା ଉକ୍ତ ହକି କ​‌େ​‌ମ୍ପ୍ଲକ୍ସରେ ୨୦୧୪ରେ ଚମ୍ପିଆନ୍ସ ଟ୍ରଫି ହକି, ଭାରତ- ଜାପାନ ହକି ଟେଷ୍ଟ ସିରିଜ୍‌, ୨୦୧୬ରେ ହକି ଇଣ୍ଡିଆ ଲିଗ୍‌, ୨୦୧୭ରେ ଏଫ୍‌ଆଇଏଚ୍‌ ହକି ବିଶ୍ବଲିଗ୍‌ ଫାଇନାଲ୍‌ସ ଆଦି ଖେଳାଯାଇଥିଲା। ୨୦୧୮ରେ ଚତୁଃଦଶତମ ପୁରୁଷ ହକି ବିଶ୍ବକପ ଲାଗି ଷ୍ଟାଡ଼ିୟମ ନବୀକରଣ କରାଯାଇଥିଲା। ପୁରୁଣା ଜର୍ମାନ ଟର୍ଫକୁ ହଟାଯାଇ ନୂତନ ଟର୍ଫ ବିଛାଯିବା ସହିତ ଗ୍ୟାଲେରୀ ସଂପ୍ରସାରଣ ଓ ସ୍ବତନ୍ତ୍ର ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ନିର୍ମାଣ କରାଯାଇଥିଲା। ଦର୍ଶକ କ୍ଷମତା ୧୫ ହଜାରକୁ ବୃଦ୍ଧି କରାଯାଇଥିଲା। ୨୦୧୮ ହକି ବିଶ୍ବକପ, ୨୦୧୯ ଏଫଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍‌ସ, ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ହକି, ୨୦୨୦ ଏଫଆଇଏଚ୍‌ ପ୍ରୋ-ଲିଗ୍‌ ହକି ଆଦି ପ୍ରତିଯୋଗିତା ଖେଳାଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories