www.samajalive.in
Monday, December 15, 2025
14.1 C
Bhubaneswar

ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ

ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ
ଓଡ଼ିଶାକୁ ପ୍ରତିନିଧିତ୍ୱ ପାଇଁ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି: ଦିଲ୍ଲୀପ ତିର୍କୀ
ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛି। ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍‌ସୀଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ସିମ୍‌ଡେଗାଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ୧୮ ଜଣିଆ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ହକି ପାଇଁ ଓଡ଼ିଶାର ଆଡ୍‌ହକ୍‌ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ କହିଛନ୍ତି। ବରିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଜ୍ୟୋତି ଛତି୍ର ଦଳର ନେତୃତ୍ୱ ନେବେ। ୧୮ ଜଣିଆ ବରିଷ୍ଠ ମହିଳା ହକି ଦଳ ସହିତ ଅନ୍ତର୍ଜାତୀୟ ଖାତିସଂପନ୍ନ ମହିଳା ହକି ତାରକା ଶ୍ରୀମତୀ ପାଉଲିନା ସୁରିନ୍‌ ଦଳ ପ୍ରବନ୍ଧକ ଓ ଅଲମ୍ପିଆନ୍‌ ହକି ତାରକା ଶ୍ରୀ ଲାଜରୁସ୍‌ ବାର୍ଲା ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବେ। କଳିଙ୍ଗ ଷ୍ଟାଡିୟମ୍‌ର ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରର ଡାକ୍ତର ଶୋଭେନ୍‌ ଫିଜିଓ ଏବଂ ରେଶ୍ମା ଲାକ୍ରା ସହାୟକ ଦାୟିତ୍ୱ ନିର୍ବାହ କରିବେ।
ସେହିପରି କନିଷ୍ଠ ମହିଳା ହକି ଦଳ ସହିତ ଭଲିବଲ୍‌ ପ୍ରଶିକ୍ଷକ ଶ୍ରୀମତୀ ସୁଷମା ନନ୍ଦ ଓ ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଯଥାକ୍ରମେ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବେ । ଏହି ଦଳ ସହିତ ଫିଜିଓ ଭାବରେ ସୁଶ୍ରୀ ଶୁଭସ୍ମିତା ମହାନ୍ତି ଓ ଫିଟ୍‌ନେସ୍‌ ଟ୍ରେନର ଭାବରେ ସରିତା ରୋଶନ୍‌ ହନୁମାନ୍‌ ଓ ଉପାସନା ଯାଦବ ଯୋଗଦେବେ। କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ସିମ୍‌ଡେଗା ନିମନ୍ତେ ଯାତ୍ରା କରିବେ।
ବିଗତ ଦୁଇ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଚାଲିଥିବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡ୍‌ହକ୍‌ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ଏବଂ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଆଜି ପୂର୍ବାହ୍ନରେ ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରି ପ୍ରତିଯୋଗିତାରେ ସଫଳତା କାମନାପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories