www.samajalive.in
Saturday, December 6, 2025
15.1 C
Bhubaneswar

ହୀରାକୁଦର ୨୦ଟି ଗେଟ ଖୋଲା, ତଳି ଅଂଚଳକୁ ସତର୍କ ସୂଚନା

ଡେସ୍କ: ଉପର ମୁଣ୍ଡରେ ଲଗାଣ ବର୍ଷା ଓ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ଜଳ ନିଷ୍କାସନ ନିମନ୍ତେ ହୀରାକୁଦର ୨୦ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି। ରାଜ୍ୟର କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି, ପରିସ୍ଥିତି ଉପରେ ନଜର ରଖାଯାଇଛି। ପ୍ରାୟତଃ ସବୁ ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ତାହା ବିପଦ ସଂକେତ ତଳେ ରହିଥିବା ସେ କହିଛନ୍ତି। କେବଳ ଜଳକା ନଦୀର ଜଳସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଏବେ ମୁଣ୍ଡୁଳିରେ ୩.୪୭ କ୍ୟୁସେକ ଜଳ ପ୍ରବାହିତ ହେଉଛି କିନ୍ତୁ ହୀରାକୁଦର ପାଣି ଏପର୍ଯ୍ୟନ୍ତ ମୁଣ୍ଡୁଳିରେ ପହଂଚି ନାହିଁ। ସେ କହିଛନ୍ତି, ହୀରାକୁଦ ପାଣି ଆସି ପହଂଚିବା ବେଳକୁ ପୂର୍ବ ପାଣି ଖସି ସାରିଥିବ ତେଣୁ କୌଣସି ଚିନ୍ତାଜନକ ପରିସ୍ଥିତି ନାହିଁ। ତେବେ ସମ୍ଭାବ୍ୟ ବନ୍ୟା ଜନିତ ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର କର୍ମଚାରୀଙ୍କୁ ସତର୍କ ରଖାଯାଇଥିବା ସେ କହିଛନ୍ତି।

ଇତି ମଧ୍ୟରେ ହୀରାକୁଦ ତଳି ଅଂଚଳର ଲୋକମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏ ନେଇ ସତର୍କ ସୂଚନା ଜାରି କରିଛନ୍ତି। ତଳ ଅଂଚଳକୁ ଜଳ ପ୍ରବାହ ତୀବ୍ର ଥିବାରୁ ନଦୀ ଭିତରକୁ ନ ଯିବାକୁ କୁହାଯାଇଛି। ଲୋକମାନଙ୍କୁ ସତର୍କ କରିବା ଲାଗି ମାଇକ ଯୋଗେ ପ୍ରଚାର କରାଯାଉଛି। ଆବଶ୍ୟକ ହେଲେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ ଓ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories