www.samajalive.in
Saturday, December 6, 2025
15.1 C
Bhubaneswar

ମମତାଙ୍କୁ ଝଟ୍‌କା; ଟିଏମ୍‌ସି ଛାଡ଼ିଲେ ଉପାଧ୍ୟକ୍ଷ ପବନ ବର୍ମା

କୋଲକାତା: ପଶ୍ଚିମବଙ୍ଗ ଶାସକ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଶୁକ୍ରବାର ଏକ ଝଟ୍‌କା ଲାଗିଛି। ଦଳର ଜାତୀୟ ଉପାଧ୍ୟକ୍ଷ ପବନ କେ ବର୍ମା ଆଜି ପଦରୁ ଇସ୍ତଫା ଦେଇଛନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଏହାକୁ ମଞ୍ଜୁର କରିବାକୁ ବର୍ମା ନିବେଦନ କରିଛନ୍ତି। ତେବେ ସେ ଇସ୍ତଫାର କାରଣ ନେଇ କୌଣସି ସୂଚନା ଦେଇନାହାନ୍ତି। ଏକ ଟ୍ବିଟ୍‌ ମାଧ୍ୟମରେ ​‌ସେ ଦଳରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି।

ବର୍ମା ମମତା ବାନାର୍ଜୀଙ୍କୁ ପଠାଇଥିବା ପତ୍ରରେ ଲେଖିଛନ୍ତି, ‘‘ମୋ ଇସ୍ତଫା ସ୍ବୀକାର କରନ୍ତୁ। ଆପଣଙ୍କ ସ୍ନେହ ଏବଂ ସୌଜନ୍ୟ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଆପଣଙ୍କ ସହ ଯୋଗାଯୋଗରେ ରହିବାକୁ ମୁଁ ଆଗ୍ରହୀ। ସମସ୍ତଙ୍କୁ ଶୁଭେଚ୍ଛା।’’

- Advertisement -

ସୂଚନାଯୋଗ୍ୟ, ପବନ ବର୍ମା ଗତ ବର୍ଷ ଟିଏମ୍‌ସିରେ ଯୋଗ ଦେଇଥିଲେ। ସେ ଭାରତୀୟ ବୈଦେଶିକ ସେବାର ଜଣେ ଅଧିକାରୀ। ସେ ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରାମର୍ଶଦାତା ଥିଲେ। ସେ ୨୦୧୪ ମସିହା ଜୁନ୍‌ ମାସରୁ ୨୦୧୬ ମସିହା ଜୁଲାଇ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ, ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ ଓ ରାଷ୍ଟ୍ରୀୟ ମୁଖପାତ୍ର ଥିଲେ।

ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ)କୁ ସମର୍ଥନ କରିବାକୁ ଜେଡି(ୟୁ)ର ନିଷ୍ପତ୍ତିକୁ ବିରୋଧ କରି ସେ ଦଳ ଛାଡ଼ିଥିଲେ। ବର୍ମା ଅନେକ ଦେଶରେ ଭାରତର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଭାବରେ କାର୍ଯ୍ୟ କରିବା ବ୍ୟତୀତ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories