www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ଯୋବ୍ରାରେ ପହଞ୍ଚିବ ପ୍ରଥମ ବନ୍ୟାଜଳ

ହୀରାକୁଦ/ବୁର୍ଲା/କଟକ : ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଫାଟକ ସୋମବାର ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ରବିବାର ୫ଟି ଗେଟ୍‌ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ଏହାସହ ସୋମବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ୮ଟି ଗେଟ୍‌ରେ ପ୍ରାୟ ୧,୬୨,୪୧୦ କ୍ୟୁସେକ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଆଜି ସନ୍ଧ୍ୟାରେ ଜଳଭଣ୍ଡାରର ଜଳସ୍ତର ୬୧୪.୩୧ ଫୁଟ ରହିଥିଲା। ଏହି ସମୟରେ ୧,୩୮,୩୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧,୬୨,୪୧୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିମଧ୍ୟରୁ ପାୱାର ଚେନାଲରେ ୩୭,୩୨୭ କ୍ୟୁସେକ, କେନାଲରେ ୩,୦୭୩ କ୍ୟୁସେକ ଏବଂ କାରଖାନାକୁ ୨୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ୨୪ ଘଣ୍ଟାରେ ବନ୍ଧ ଉପରମୁଣ୍ଡରେ ୮.୧୪ ମିମି ଓ ତଳମୁଣ୍ଡରେ ୬.୦୫ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ରାତି ସୁଦ୍ଧା ହୀରାକୁଦରୁ ଛଡା ଯାଇଥିବା ବନ୍ୟା ଜଳ ଯୋବ୍ରା ବ୍ୟାରେଜ ଦେଇ ନିଷ୍କାସିତ ହେବ ବୋଲି ଜଣାପଡିଛି। ବ୍ୟାରେଜ ଦେଇ ପ୍ରାୟ ୧ଲକ୍ଷ ୨୦ହଜାର କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ବ୍ୟାରେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର କେତେ ରଖାଯିବ ତାକୁ ନେଇ ରହିଥିବା ‘ରୁଲ୍‌ ଅଫ କର୍ଭ’ ଅନୁସାରେ ଜଳସ୍ତରକୁ ୬୦୫ ଫୁଟ ମଧ୍ୟରେ ସୀମିତ ରଖିବାକୁ କ୍ରମାଗତ ଭାବେ ଗେଟ୍‌ ଖୋଲି ଅତିରିକ୍ତ ବନ୍ୟାଜଳ ନିଷ୍କାସିତ କରାଯାଉଛି। ଆଜି ଦିନ ପ୍ରାୟ ୧୨ଟାରୁ ନଦୀବନ୍ଧ ବାମପାର୍ଶ୍ବର ଅତିରିକ୍ତ ୩ଟି ଗେଟ୍‌ ଖୋଲାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories