www.samajalive.in
Saturday, December 6, 2025
15.1 C
Bhubaneswar

ହୀରାକୁଦକୁ କମିଲା ଜଳ ପ୍ରବାହ, ପ୍ରବେଶ ଓ ନିଷ୍କାସନ ହେଉଛି ସମାନ ପରିମାଣ ଜଳ

ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ଜଳ ପ୍ରବାହ ହ୍ରାସ ପାଇଛି। ଗତ କାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ଆଜି ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏବେ ହୀରାକୁଦ ଡ୍ୟାମ ମଧ୍ୟକୁ ସମାନ ପରିମାଣର ଜଳ ଅର୍ଥାତ ୭ ଲକ୍ଷ ୬୫ ହଜାର ୪୦୮ କ୍ୟୁସେକ ଜଳ ପ୍ରବେଶ ଓ ନିଷ୍କାସନ ହେଉଥିବାରୁ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୂ ଅଧିକ ପରିମାଣ ଜଳ ବୃଦ୍ଧି ପାଇବ ନାହିଁ।

- Advertisement -

ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟର ୫ଟି ନଦୀ ମଧ୍ୟରୁ ୩ଟି ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଠାରୁ ତଳେ ପ୍ରବାହିତ ହେଉଛି। ଆସନ୍ତା କାଲି ସନ୍ଧ୍ୟାରୁ ପରିସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।
ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ସୃଷ୍ଟି ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ୨ଟି ଘାଇ ହୋଇଛି।

ଆଜି ଅପରାହ୍ନ ୩ଟାରେ ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ଡ୍ୟାମରେ ଏବେ ୪୬ ଗେଟ୍‍ ଦେଇ ଜଳ ନିଷ୍କାସନ ଚାଲିଛି ଓ ସେଠାରେ ଜଳସ୍ଥର ୬୨୮ ଫୁଟ ରହିଛି। ବାମ ପାର୍ଶ୍ଵର ୩୧ଟି ଓ ଡାହାଣ ପାର୍ଶ୍ଵର ୧୫ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ବେଲଗାଁ ଠାରେ ୩୧ ହଜାର, ଖଇରମାଳ ଠାରେ ୯ ଲକ୍ଷ ୯୩ ହଜାର ଓ ମୁଣ୍ଡଳୀ ଠାରେ ୧୦ ଲକ୍ଷ ୨ ହଜାର ୮୧୩ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories