www.samajalive.in
Tuesday, December 9, 2025
26.1 C
Bhubaneswar

ହୀରାକୁଦର ଆଉ ୬ଟି ଗେଟ୍‍ ବନ୍ଦ

ହୀରାକୁଦ : ଉପରମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦରେ ଜଳସ୍ତର ହ୍ରାସ ପାଉଛି। ଫଳରେ ହୀରାକୁଦର ଆଉ ୬ଟି ଗେଟ୍‍ ବନ୍ଦ କରାଯାଇଛି। ବର୍ତ୍ତମାନ ୧୮ଟି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏହାସହ କଟକ ମୁଣ୍ଡଳି ଦେଇ ମହାନଦୀରେ ୬ ଲକ୍ଷ ୭୬ ହଜାର କ୍ୟୁସକ ଜଳ ନିଷ୍କାସିତ ହେଉଥିବା ବେଳେ ୩ ଘଣ୍ଟାରେ ୭ ହଜାର କ୍ୟୁସକ ଜଳ ବଢିଛି।
ସେହିପରି ଆଜିକା ଦିନରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ମୁଣ୍ଡଳିରେ ଯେଉଁ ପରିମାଣରେ ଜଳ ପ୍ରବେଶ କରୁଛି, ତାହା ଆଗକୁ ବଢିବା ସମ୍ଭାବନା ନାହିଁ। ମୁଣ୍ଡଳି ଦେଇ ଯାଉଥିବା ଜଳ ନଦୀ ଦେଇ ଯାଉଛି, ଗାଁକୁ ପ୍ରବେଶ କରୁ ନାହିଁ। ବରଂ ଗାଁରେ ଜମିଥିବା ଜଳ ବାହାରିବାରେ ଅସୁବିଧା ହେଉଛି। ବ୍ରାହ୍ମଣୀ ଜଳ ହ୍ରାସ ପାଉଛି,କେନ୍ଦ୍ରାପଡା ଓ ଆଳି ପ୍ରତି ବିପଦ ନାହିଁ। ବୈତରଣୀ ଆଡୁ ଆଦୌ ବିପଦ ନାହିଁ। ସୁବର୍ଣ୍ଣରେଖା ଜଳସ୍ତର ମଧ୍ୟ ହ୍ରାସ ପାଉଛି। ହୀରାକୁଦ ଓ ରେଙ୍ଗାଲି ଜଳ ଭଣ୍ଡାରକୁ ପୂର୍ଣ୍ଣ ରଖାଯିବ। ୪୪ଟି ମଧ୍ୟମ ଜଳ ଭଣ୍ଡାରରୁ କେବଳ ୧୩ଟିରେ ୫୦% କମ ଜଳ ରହିଛି। ୨୦ଟିରେ ୭୫%ରୁ ଅଧିକ, ୧୧ଟିରେ ୫୦ ରୁ ୭୫% ଜଳ ରହିଛି। ୨ଟି ମଧ୍ୟମ ଜଳ ଭଣ୍ଡାର ପୂର୍ଣ୍ଣ ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି।

 

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories