www.samajalive.in
Sunday, December 7, 2025
23.1 C
Bhubaneswar

ବଦଳି ହୋଇଥିବା ସିଭିଲ ଯନ୍ତ୍ରୀଙ୍କୁ ପୁଣି ବନ୍ଧଫାଟକ ରକ୍ଷଣବେକ୍ଷଣ ଦାୟିତ୍ୱ

ବୁର୍ଲା: ସଦାସର୍ବଦା ବିଭିନ୍ନ ଅନିୟମିତତାକୁ ନେଇ ମୁଖ୍ୟବନ୍ଧ ବିଭାଗ ସଦାସର୍ବଦା ଚର୍ଚ୍ଚାର ପରିସର ଭୁକ୍ତ ହୋଇଆସୁଛି। ସେ ଠିକା କର୍ମଚାରୀ ନିଯୁକ୍ତି ନାମରେ ଠିକାଦାର ପୋଷା ବା ଠିକାକାମରେ ମହାଦୁର୍ନୀତି ସମସ୍ତ ପ୍ରସଙ୍ଗକୁ ନେଇ ବିବାଦୀୟ ସ୍ଥିତିରେ ଘାଣ୍ଟିଚକଟି ହେଉଛି। ସେପଟେ ମୁଖ୍ୟବନ୍ଧ ବିଭାଗର ହୀରାକୁଦ ବନ୍ଧଫାଟକ ପରି ସମ୍ବେଦନଶୀଳ ସ୍ଥାନରେ ଚଞ୍ଚକତା କରାଯାଇ ମେକାନିକାଲ ଯନ୍ତ୍ରୀ ସ୍ଥାନରେ ସିଭିଲ ଯନ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଗତ କିଛିଦିନ ମଧ୍ୟରେ ମୁଖ୍ୟବନ୍ଧ ବିଭାଗ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ/ସହକାରୀ ଯନ୍ତ୍ରୀ ପ୍ରାୟ ୧୫ ଜଣଙ୍କ ବଦଳି ତଥା ବିଭାଗ ଅଦଳବଦଳ କରାଯାଇଥିବା ଦୃଷ୍ଟାନ୍ତ ରହିଛି। ମାତ୍ର ଏହି ବଦଳି ସମୟରେ ମଧ୍ୟ କେତେକ ବଦଳିକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ଏହା ହେଉଛି ହୀରାକୁଦ ବନ୍ଧର ଫାଟକ ରକ୍ଷଣବେକ୍ଷଣ ସଦାସର୍ବଦା ସିଭିଲ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଉଛି। ସେପଟେ ଏହି ବଦଳି ବ୍ୟବସ୍ଥାରେ ଏହି ଫାଟକ ରକ୍ଷଣବେକ୍ଷଣ ବିଭାଗୀୟ ଯନ୍ତ୍ରୀଙ୍କ ବଦଳି ହୋଇ ତାଙ୍କ ସ୍ତାନରେ ବରପାଲିର ଜନୈକ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିଲା। ମାତ୍ର ଇତିମଧ୍ୟରେ ପୁଣି ପୁର୍ବତନ ସିଭିଲ ଯନ୍ତ୍ରୀଙ୍କୁ ପୁଣି ଫାଟକ ରକ୍ଷଣବେକ୍ଷଣ ଦାୟିତ୍ୱ ଦିଆଯିବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କିପାରୁଛି।

ବିଡ଼ମ୍ବନାର ବିଷୟ ହେଲା ମେକାନିକାଲ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ପରିସର ଏହି ବନ୍ଧଫାଟକ ରକ୍ଷଣବେକ୍ଷଣ କରାଯିବା କଥା। ଅଶ୍ଚର୍ଯ୍ୟର ବିଷୟ ହେଲା ମୁଖ୍ୟବନ୍ଧ ବିଭାଗ ଅଧିନରେ ବୁର୍ଲା ଏବଂ ହୀରାକୁଦ ପଟେ ଦୁଇ ଦୁଇଟି ମେକାନିକାଲ ଡ଼ିଭିଜନ ରହିବା ସହିତ ସେଠାରେ ଅନେକ ମେକାନିକାଲ ଯନ୍ତ୍ରୀ ନିୟୋଜିତ ରହିଛନ୍ତି। ତେବେ  ଜଣେ ସିଭିଲ ଯନ୍ତ୍ରୀଙ୍କୁ ଏପରି ଏକ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ଉପରୁ ପରଦା ଉଠିପାରି ଏବଂ ହୋଇଥିବା କୋଟି କୋଟି ଟଙ୍କାର ଠିକାକାମର ଭିଜିଲାନସ ତଦନ୍ତ କରାଯାଇ ପାରିଲେ ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି ମତପ୍ରକାଶ ପାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories