www.samajalive.in
Saturday, December 6, 2025
14.1 C
Bhubaneswar

ହିନ୍ଦୀ ଦିବସ ୨୦୧୮ : ୧୪ ସେପ୍ଟେମ୍ବରର ମହତ୍ତ୍ୱ

ଆଜି ହେଉଛି ହିନ୍ଦୀ ଦିବସ। ଇଂରାଜୀ ଭାଷାର ଅଧିକ ପ୍ରଚଳନ ଓ ହିନ୍ଦୀ ଭାଷାର ଅଣଦେଖାକୁ ରୋକିବା ପାଇଁ ସାରା ଦେଶରେ ପ୍ରତି ବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ। ତେବେ ଚାଲନ୍ତୁ ଜାଣିବା ହିନ୍ଦୀ ଦିବସ ପାଳନ କରିବାର ଏହି ପ୍ରଥା କେବେ ଓ କିପରି ଆରମ୍ଭ ହୋଇଥିଲା।
ସ୍ୱାଧୀନତାର ଦୁଇ ବର୍ଷ ପରେ ଅର୍ଥାତ୍‍ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ହୋଇଥିବା ସମ୍ବିଧାନ ସଭାରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ରୂପେ ଘୋଷଣା କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଏହା ପରଠାରୁ ପ୍ରତି ବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଇଥାଏ। ଯେତେବେଳେ ଆମ ଦେଶ ୧୯୪୭ ମସିହାରେ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା, ସେତେବେଳେ ଦେଶରେ ଭାଷାକୁ ନେଇ ଏକ ବିରାଟ ପ୍ରଶ୍ନ ଉଙ୍କି ମାରିଥିଲା। ପ୍ରଶ୍ନଟି ଏପରି ଥିଲା ଯେ, ଭାରତର ରାଷ୍ଟ୍ରୀୟ ଭାଷା କାହାକୁ କରାଯିବ? ବହୁତ ବିଚାରବିମର୍ଶ ପରେ ହିନ୍ଦୀ ଓ ଇଂରାଜୀକୁ ନୂତନ ରାଷ୍ଟ୍ରର ଭାଷା ରୂପେ ଚୟନ କରାଯାଇଥିଲା। ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ରାଷ୍ଟ୍ର ଭାଷା ରୂପେ ସ୍ୱୀକାର କଲା।
ଦେଶର ୭୭ ପ୍ରତିଶତ ଲୋକେ ହିନ୍ଦୀ ଲେଖଥା’ନ୍ତି, ପଢିଥା’ନ୍ତି, କହିଥା’ନ୍ତି ଓ ବୁଝିଥା’ନ୍ତି ମଧ୍ୟ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କହିଥିଲେ ଯେ, ଏହି ଦିନର ମହତ୍ତ୍ୱକୁ ବୁଝିବା ଓ ମନେରଖିବା ପାଇଁ ପ୍ରତି ବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories