ଜୟପୁର: କାନ୍ଥ ପଡି ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁଟିର ନାମ ସନ୍ତୋଷ ମହାରଣା (୮)। ସନ୍ତୋଷ ପାଚେରୀ କଡରେ ଖେଳୁଥିବା ସମୟରେ ତା ଉପରେ କାନ୍ଥ ପଡି ଯାଇଥିଲା। ଘଟଣାସ୍ଥଳରେ ସନ୍ତୋଷର ମୃତ୍ୟୁ ହୋଇ ଯାଇଥିଲା।
ସୂଚନାଯୋଗ୍ୟ ଯେ, ଜୟପୁର ଜମୁନାଗୁଡା ଅଞ୍ଚଳରେ କେନ୍ଦୁଲିପି ବିଭାଗର ପୁରୁଣା ଅଡ଼ିଟ ଗୃହର ପାଚେରି ଭାଙ୍ଗିଯାଇଥିଲା। ତେବେ ସନ୍ତୋଷ ସେଠାରେ ଖେଳୁଥିବା ସମୟରେ ପାଚେରୀ ତା ଉପରେ ପଡିଯାଇଥିଲା। ଏହି ଘଟଣା ପରେ ପରିବାର ପକ୍ଷରୁ ଆର୍ଥିକ ସହାୟତା ଦାବି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
କାନ୍ଥ ପଡି ବାଳକ ମୃତ
Popular Categories



