www.samajalive.in
Saturday, December 6, 2025
19.1 C
Bhubaneswar

ହିନାଙ୍କ ନୂଆ ଚେହେରା

ମୁମ୍ବଇ : ଟେଲିଭିଜନ ଜଗତରେ ସୁନ୍ଦରୀ ତଥା ଆଦରଣୀୟା ବୋହୂ ଭାବେ ନିଜ ନାମକୁ ସୁରକ୍ଷିତ କରିଥିବା ହିନା ଖାନ୍ ଏବେ ଖଳନାୟିକା ଭାବେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ୨୦୦୯ରେ ଆରମ୍ଭ ହୋଇଥିବା ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ କ୍ୟାରିୟର ଆରମ୍ଭ କରିଥିଲେ ହିନା। ଏଥିରେ ଅକ୍ସରା ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। କାହାଣୀରେ ପରିବର୍ତ୍ତନ କାରଣରୁ ସେ ଏଥିରୁ ଓହରି ଯିବାକୁ ନିଷ୍ପତ୍ତି ନେଲେ। ପରେ ବିଗ୍‌ ବସ୍‌ରେ ଯୋଗ ଦେଇ ଏକ ଲମ୍ବା ବିରତି ନେଇଥିଲେ ହିନା। ନିଜ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ କୌଣସି ସୁରାକ୍ ଦେଇନଥିବା ଏଇ ସୁନ୍ଦରୀ ଏଥରକ ଖଳନାୟିକା ହେବାର ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଏକତା କପୁର ପ୍ରଯୋଜିତ ଓ ନିର୍ଦେଶିତ ‘କସୌଟୀ ଜି​‌େ​‌ନ୍ଦଗୀ କେ-୨’ରେ ହିନା ଏଥରକ ‘କୋମୋଲିକା’ ଭୂମିକାରେ ଦେଖାଦେବେ। ପ୍ରଥମ ଭାଗ କସୌଟୀ..କାହାଣୀରେ ଏଇ କୋମୋଲିକା ଚରିତ୍ରରେ ଉର୍ବଶୀ ଢୋଲକିଆ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କ ଅଭିନୟ ଶୈଳୀକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଇଥିଲା। ସମୀକ୍ଷକ ମହଲରେ ଆଲୋଚନା ଚାଲିଛି ଯେ ହିନା ଖଳନାୟିକା ଭାବେ ସଫଳ ନ ହେବାର ଆଶଙ୍କା ଅଧିକ। ତେବେ ହିନା ଏଇ ଭୂମିକା ପାଇଁ ଖୁବ୍ ପରିଶ୍ରମ କରିଥିବାର ଜଣାପଡ଼ିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories