www.samajalive.in
Sunday, December 7, 2025
18.1 C
Bhubaneswar

କୁଲ୍ଲୁ-ମନାଲୀରେ ବନ୍ୟାର କରାଳ ରୂପ, ନଦୀରେ ଭାସିଗଲା ବସ୍ ଓ ଟ୍ରକ୍: ୫ନିଖୋଜ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଗତ ତିନି ଦିନ ଧରି ବାଦଲ ଫଟା ବର୍ଷା ଜାରି ରହିଥିବା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ବ୍ୟାସ ଓ ରାବୀ ନଦୀରେ ଜଳସ୍ତର ବୃଦ୍ଧି ଘଟି କୁଲ୍ଲୁ, ଚମ୍ବା ଓ ମଣ୍ଡି ଜିଲାରେ ଭୟାବହ ପରିସ୍ଥିତି ସୃଷ୍ଟି ହେଇଛି। ବନ୍ୟା ଯୋଗୁଁ କୁଲ୍ଲୁ-ମନାଲୀ ୧୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଛି । କୁଲ୍ଲୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବ୍ୟାସ ନଦୀରେ ବନ୍ୟା ଯୋଗୁଁ ମନାଲୀରେ ଥୁଆ ହୋଇଥିବା ଏକ ବସ୍ ଭାସିଯାଇଛି। ବସରେ କେହି ଯାତ୍ରୀ ନଥିବା ଜଣାପଡିଛି।

- Advertisement -

ଅନ୍ୟ ପକ୍ଷରେ କୁଲ୍ଲୁ-ମନାଲୀର ଏକ ସ୍ଥନାରେ ଟ୍ରକ୍ ସମେତ ଅନେକ ଗାଡି ନଦୀରେ ଭାସି ଯାଇଛି । ସେହିପରି ବଢି ପାଣିରେ ଏକ କାର ଭାସିଯିବାରୁ ସେଥିରେ ଥିବା ୫ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି ବୋଲି ଉପଜିଲାପାଳ ରମନ ଗରସଙ୍ଗୀ ସୂଚନା ଦେଇଛନ୍ତି।   କୁଲ୍ଲୁର ଓଟରେ ବାଦଲ ଫଟା ବର୍ଷା ଯୋଗୁଁ କୁଲ୍ଲୁ-ମନାଲୀ ମଧ୍ୟରେ ଥିବା ଡୋଭି ବିହାଲରେ ୧୯ ଜଣ ଫସି ରହିଛନ୍ତି । ହେଲିକପ୍ଟର ସାହାର୍ଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଉଛି।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories