www.samajalive.in
Sunday, December 7, 2025
14.1 C
Bhubaneswar

ହିମାଚଳପ୍ରଦେଶ ; ଭୂସ୍ଖଳନ ପାଇଁ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ ବନ୍ଦ

ଶିମଲା : ହିମାଚଳପ୍ରଦେଶରେ ବର୍ଷା ଓ ଭୂସ୍ଖଳନର କାୟା ରହିଛି। ରାଜ୍ୟରେ ଭୂସ୍ଖଳନ କାରଣରୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ରହିଛି। ମଣ୍ଡି ଜିଲାରେ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ (ରାଷ୍ଟ୍ରୀୟ ରାଜରାସ୍ତା-୩ ) ବନ୍ଦ ରହିଛି। ଏହାସହ ଅନ୍ୟ ସ୍ଥାନରେ କୋଠା ମଧ୍ୟ ଭୁଷୁଡି ପଡିଥିବା ନେଇ ଖବର ମିଳିଛି। ଏଥିରେ ଏକ ଶିଶୁ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ମଣ୍ଡି ଜିଲାର ନିକଟସ୍ଥ ଅଞ୍ଚଳରେ ଭୂସ୍ଖଳନ କାରଣରୁ ଚଣ୍ଡିଗଡ –ମନାଲୀ ରାଷ୍ଟ୍ରୀୟ ରାଜରାସ୍ତା-୩ କୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ରାସ୍ତାକୁ ପୁନଃ ସଠିକ କରାଯିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ମିଳିଛି। ବିଳମ୍ବିତ ରାତିରୁ ରାଜପଥକୁ ବନ୍ଦ ରଖାଯାଇଛି। ପଥର ରାସ୍ତାକୁ ଖସିବା କାରଣରୁ ରାସ୍ତାରେ ଥିବା ଏକ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥ -୩ରେ ଶହ ଶହ ଗାଡି ଧାଡି ହୋଇ ରହିଛନ୍ତି। ଫଳରେ ବିକଳ୍ପ ମାର୍ଗରେ କଟୋଲା ଦେଇ ଗାଡି ମଟର ଚଳାଚଳ କରାଯାଉଛି।
ଶିମଲାରେ ବର୍ଷା କାରଣରୁ କିଛି ସ୍ଥାନରେ ଘର ଭୁଷୁଡିଛି। ଶିମଲାକୁ ଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପୁଲିସ ଓ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସ୍ପଷ୍ଟ ଭାବେ କୁହାଯାଇଛି, ପାଣିପାଗ ବିଭାଗ ପକ୍ଷରୁ ସ୍ଥିତି ସ୍ୱଭାବିକ ନେଇ ସୂଚନା ଜାରି କରାଯିବା ପରେ ହିଁ ପର୍ଯ୍ୟଟକ ଶିମଲା ଆସିିବେ। ଯାନକୁ ମଧ୍ୟ ପାହାଡ ନିକଟରେ ନ ରଖିବାକୁ ପରାମର୍ଶ ଦିଆଯାଇଛି।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories