www.samajalive.in
Saturday, December 6, 2025
15.1 C
Bhubaneswar

ହିମାଚଳରେ ବନ୍ୟା ବିତ୍ପତ୍ତି; ମନ୍ତ୍ରୀଙ୍କ ଦରମା ବନ୍ଦ କଲେ ମୁଖ୍ୟମନ୍ତ୍ରୀ

ସିମଳା: ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁଁ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୂସ୍ଖଳନ ଓ ଅନ୍ୟାନ୍ୟ କାରଣରୁ ରାଜ୍ୟରେ ୩ଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୮୪୨କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି। ଏଭଳି ସ୍ଥିତିରେ ଦୁଇ ମାସ ପର୍ଯ୍ୟନ୍ତ ଦରମା ଓ ଅନ୍ୟାନ୍ୟ ଭତ୍ତା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଘୋଷଣା କରିଛନ୍ତି। ସୁଖୁଙ୍କ ମନ୍ତ୍ରିମଣ୍ଡଳର କୌଣସି ମନ୍ତ୍ରୀ ମଧ୍ୟ ଦୁଇ ମାସ ପର୍ଯ୍ୟନ୍ତ ଦରମା ନେବେ ନାହିଁ ବୋଲି ଜଣାପଡିଛି। ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସବୁ ବିଧାୟକଙ୍କୁ ଅନୁରୋଧ କରାଯାଇଛି। ହିମାଚଳରେ ବନ୍ୟା ଯୋଗୁଁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବାସଗୃହ, ପୋଲ, ରାସ୍ତାଘାଟ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। କ୍ଷତି ଭରଣା କରିବାକୁ ରାଜ୍ୟ ସରକାର ପ୍ରାୟ ୪୫୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହା ଯଥେଷ୍ଟ ହେଉନଥିବାରୁ ରାଜ୍ୟ ସରକାର ୧୨,୦୦୦କୋଟି ଟଙ୍କାର ସହାୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। କେନ୍ଦ୍ର ସରକାର ଇତିମଧ୍ୟରେ ରାଜ୍ୟକୁ ୫୬୦କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଜୁନରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୬୮ଟି ଭୂସ୍ଖଳନ ଘଟିଥିବା ବେଳେ ୭୨ ସ୍ଥାନରେ ଆକସ୍ମିକ ବନ୍ୟା ଦେଖାଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories