www.samajalive.in
Saturday, December 6, 2025
17.1 C
Bhubaneswar

ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ; ନିଶାମୁକ୍ତ କ୍ୟାମ୍ପସ ପାଇଁ ପଦକ୍ଷେପ ନିଅ

ଭୁବନେଶ୍ବର: ମହାବିଦ୍ୟାଳୟଗୁଡ଼ିକରେ ନିଶାମୁକ୍ତ କ୍ୟାମ୍ପସ ପାଇଁ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ/ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏନସିବି ପକ୍ଷରୁ ‘ମାନସ’ ପୋର୍ଟାଲ ଆରମ୍ଭ ହୋଇଛି। କ୍ୟାମ୍ପସରେ ନିଶା ବ୍ୟବହାର ସଂକ୍ରାନ୍ତରେ ନ୍ୟାସନାଲ ହେଲ୍ପଲାଇନ ନମ୍ବର ୧୯୩୩ରେ ଯେକୌଣସି ନାଗରିକ ଏବଂ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଶିକ୍ଷାନୁଷ୍ଠାନରେ ‘ମାନସ’ ପୋର୍ଟାଲ ସମ୍ପର୍କରେ ବ୍ୟାପକ ପ୍ରଚାର କରିବାକୁ କୁହାଯାଇଛି। ଏହାସହ ମାଇଁଗଭ୍‌ ପୋର୍ଟାଲରେ ଆଣ୍ଟିଡ୍ରଗ୍‌ ଇ-ଶପଥ ନେବା ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଶୋଭାଯାତ୍ରା ଆଦି ଜରିଆରେ ନିଶା ସେବନର ମାରାତ୍ମକ କୁ-ପ୍ରଭାବ ସମ୍ପର୍କରେ ସଚେତନ କରିବାକୁ କୁହାଯାଇଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories