ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା। ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବରିଷ୍ଠ ଆଡଭୋକେଟ ଏମ.ଭି.କାଟାର୍କୀଙ୍କ ସମେତ ଦିଲ୍ଲୀସ୍ଥିତ ଅନ୍ୟ ବିଶେଷଜ୍ଞ ଓ ଜଳସମ୍ପଦ ବିଭାଗର ବୈଷୟିକ କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶେଷଜ୍ଞ ଏବଂ ଜଳସମ୍ପଦ ବିଭାଗର ବୈଷୟିକ କର୍ମକର୍ତ୍ତାମାନେ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱରରୁ ଯୋଗ ଦେଇଥିଲେ।
Popular Categories



