www.samajalive.in
Sunday, December 7, 2025
14.1 C
Bhubaneswar

ଇଞ୍ଜିନିୟରିଂ କଲେଜ ହଷ୍ଟେଲର ବାଥରୁମରେ ଗୁପ୍ତ କ୍ୟାମେରା

ଆନ୍ଧ୍ରପ୍ରଦେଶ: ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କ ହଷ୍ଟେଲ ବାଥରୁମରେ ଲାଗିଥିଲା ଗୁପ୍ତ କ୍ୟାମେରା। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆନ୍ଧ୍ରପ୍ରଦେଶର କୃଷ୍ଣାନଗର ଜିଲାରେ ଥିବା ଗୁଲବର୍ଗ ଇଞ୍ଜିନିୟରିଂ କଲେଜରୁ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀମାନେ ରହୁଥିବା ହଷ୍ଟେଲର ବାଥରୁମରେ ଗୁପ୍ତ କ୍ୟାମେରା ଲାଗିଥିବା ଗତକାଲି ଛାତ୍ରୀମାନେ ଜାଣିବାକୁ ପାଇଥିଲେ। ଏହାପରେ ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ବାଥରୁମରେ କ୍ୟାମେରା ଲଗାଇ ଫଟୋ ଓ ଭିଡ଼ିଓ କରୁଥିବା ଅଭିଯୋଗରେ ସେହି କଲେଜର ଜଣେ ଛାତ୍ରଙ୍କୁ ଗିରଫ କରିଛି ପୁଲିସ। ସଂପୃକ୍ତ ଛାତ୍ରଙ୍କ ଲ୍ୟାପଟପ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟା ସାମ୍ନାକୁ ଆସିଛି। ଲ୍ୟାପଟପରେ ୩ଶହରୁ ଅଧିକ ଅଶ୍ଳିଳ ଭିଡ଼ିଓ ଠାବ କରିଛି ପୁଲିସ। ଘଟଣାରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। କଲେଜ ଏବଂ ହଷ୍ଟେଲରେ ଛାତ୍ରୀମାନେ ଅସୁରକ୍ଷିତ ଥିବା ଅଭିଯୋଗ ହୋଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories