www.samajalive.in
Saturday, December 6, 2025
17.1 C
Bhubaneswar

ବାଲିଶଙ୍କରାରେ ଧଳା ଜହର ସହ ଯୁବକ ଅଟକ କାର ଓ ନଗଦ ଟଙ୍କା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଓ ଆଖପାଖ ବ୍ଲକ ଅଞ୍ଚଳରେ ନିଶାଦ୍ରବ୍ୟ କାରବାରକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଆଧାର କରି ପୁଲିସ ବିଭିନ୍ନ ସମୟରେ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଆନ୍ତରାଜ୍ୟ ଗୋଷ୍ଠୀକୁ ଗିରଫ କରିବା ସହ ସେମାନଙ୍କଠାରୁ ଗଞ୍ଜେଇ ମଧ୍ୟ ଜବତ କରିଥିଲା ମାତ୍ର ଧଳା ଜହର କାରବାର ସଂପର୍କରେ ପୁଲିସ ସତର୍କତାର ସହ ତଦନ୍ତ ଚଳାଇ ଏକ ପ୍ରକାର ସଫଳତା ପାଇଥିବାର ଜଣାପଡ଼ିଛି ।
ମିଳିଥିବା ସୂତ୍ରରୁ ପ୍ରକାଶ, ସୁନ୍ଦରଗଡ଼ ଏସ.ପି ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧଳା ଜହର କାରବାରରେ ସଂପୃକ୍ତ ଥିବା ଯୁବକଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ବାଲିଶଙ୍କରା ଅଞ୍ଚଳରୁ ଏହି ଯୁବକଙ୍କୁ ଅଟକ ରଖାଯିବା ସହ ତାଙ୍କଠାରୁ ୧୮୭୦ ମିଲିଗ୍ରାମ ଧଳ ଜହର (ବ୍ରାଉନ ସୁଗର) ଜବତ କରାଯିବା ସହ ନଗଦ ୨୦ହଜାର ୫୦୦ ଟଙ୍କା ଓ ସେ ବ୍ୟବହାର କରୁଥିବା ଏକ କାରକୁ ମଧ୍ୟ ଜବତ କରାଯାଇଛି ହେଲେ ତଦନ୍ତ ଜାରି ରହିଥିବାରୁ ଏ ସଂପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ମାତ୍ର ବାଲିଶଙ୍କରା ଭଳି ଉପାନ୍ତ ଅଞ୍ଚଳରୁ ଧଳା ଜହର କାରବାର ଓ ଜବତ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories