www.samajalive.in
Saturday, December 6, 2025
15.1 C
Bhubaneswar

୩୦ ଦିନ ମଧ୍ୟରେ ୭୫%ଙ୍କୁ ପ୍ରଥମ ପାନ କୋଭିଡ ଟିକାକରଣ ମୃତ୍ୟୁସଂଖ୍ୟା ହ୍ରାସ କରିପାରିବ- ଆଇସିଏମଆର

ନୂଆଦିଲ୍ଲୀ: ମାସକ ମଧ୍ୟରେ ତିନି ଚତୁର୍ଥାଂଶ ଲୋକଙ୍କୁ କୋଭିଡର ପ୍ରଥମ ପାନ ଟିକା ଦିଆଗଲେ ଲକ୍ଷଣଯୁକ୍ତ ସଂକ୍ରମଣକୁ ୨୬ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି। ଦେଶରେ କୋଭିଡର ତୃତୀୟ ଲହରକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଉଥିବାବେଳେ ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ ୩୦ ଦିନ ମଧ୍ୟରେ ଦେଶରେ ୭୫ ପ୍ରତିଶତ ଲୋକଙ୍କୁ ଯଦି ପ୍ରଥମ ପାନ କୋଭିଡ ଟିକା ଦିଆଯାଏ, ତେବେ କୋଭିଡ ମୃତ୍ୟୁସଂଖ୍ୟା ହ୍ରାସପାଇବ।

ଚିକିତ୍ସା ପତ୍ରିକା ଦି ଲାନସେଟରେ ପ୍ରକାଶିତ ଏହି ଅଧ୍ୟୟନମୂଳକ ରିପୋର୍ଟରେ କୁହାଯାଇଛି ଯେ ଏଭଳି ଏକ ପଦକ୍ଷେପ ଦ୍ୱାରା କୋଭିଡ ଜନିତ ମୃତ୍ୟୁକୁ ୩୭ ପ୍ରତିଶତ ପର୍ଯ୍ୟନ୍ତ ରୋକାଯାଇପାରିବ। ସେହି ସମୟରେ ଏହା ଲକ୍ଷଣଯୁକ୍ତ ସଂକ୍ରମଣରେ ମଧ୍ୟ ୨୬% ହ୍ରାସ ଘଟାଇବ। ପରୀକ୍ଷଣରୁ ସଂକ୍ରମଣ ହାର ୦.୫%ରୁ ଅଧିକ ହେଉଥିବା ଅଞ୍ଚଳରେ ତୁରନ୍ତ ‘ଦ୍ରୁତ ପ୍ରତିକାରମୂଳକ ଟିକାକରଣ’ ଆରମ୍ଭ କରିବାକୁ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନିୟନ୍ତଣ କରାଯିବା ସହିତ ଏକ ନୂଆ ଲହର ଆଶଙ୍କାକୁ ଏଡାଇ ଦିଆଯାଇପାରିବ। ସୂଚନାଯୋଗ୍ୟ ଯେ ଦେଶରେ ଇତିମଧ୍ୟରେ କୋଭିଡ ଟିକା ୪୦ କୋଟି ପାନରୁ ଅଧିକ ଦିଆଯାଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୧,୦୧,୫୬୭ ପାନ ଟିକାକରଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories