www.samajalive.in
Saturday, December 6, 2025
15.1 C
Bhubaneswar

 ସଫାଇ ସାଥୀଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ସଂସାଧନ ବଣ୍ଟନ

]ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏଚସିସିବି ଏବଂ ୟୁଏନଡିପି ‘ସଫାଇ ସାଥୀ’ଙ୍କର ନିଷ୍ଠାପରତାକୁ ପାଳନ କରୁଛନ୍ତି, ଯେଉଁମାନେ ମହାମାରୀ ସମୟରେ ମଧ୍ୟ ଆବର୍ଜନା ସଂଗ୍ରହ କରି ପ୍ଲାଷ୍ଟିକ ବର୍ଜ୍ୟକୁ ପୁନଃବ୍ୟବହାରଯୋଗ୍ୟରେ ରୂପାନ୍ତ କରିବାରେ ସହାୟତା କରି ଦେଶକୁ ପରିଷ୍କାର ରଖିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସହଯୋଗୀ ସଂସ୍ଥା ଏବଂ ସରକାରୀ ପ୍ରତିଷ୍ଠାନଗୁଡିକ ସହିତ ସହଭାଗିତାରେ ୩ ବର୍ଷ ଧରି ଏଚସିସିବି ଏବଂ ୟୁଏନଡିପି ମିଳିତ ଭାବରେ ପରିଚାଳନା କରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ପୃଥିବୀ’ ପଛରେ ଥିବା ଲୋକଶକ୍ତି ହେଉଛନ୍ତି ସଫାଇ ସାଥୀଗଣ। ଚଳିତ ବର୍ଷ ୭୦,୦୦୦ ଟନ୍‍ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଏବଂ ପୁନଃବ୍ୟବହାରଯୋଗ୍ୟ କରିବାକୁ ପ୍ରୋଜେକ୍ଟ ପୃଥିବୀ ଲକ୍ଷ୍ୟ ରଖିଛି। 

ଭାରତର ଅନ୍ୟତମ ପ୍ରମୁଖ ଏଫଏମସିଜି କମ୍ପାନୀ ଏଚସିସିବି ଏବଂ ୟୁଏନଡିପି ମିଳିତ ଭାବରେ ଏହି ମହାମାରୀ ସମୟରେ ସୁରକ୍ଷା କିଟ୍‍, ରାସନ ସାମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟରକ୍ଷା କିଟ୍‍ ଆଦି ଯୋଗାଣ ନିମନ୍ତେ ୧୭,୦୦୦ ସଫାଇ ସାଥୀଙ୍କ ସମେତ ୧,୦୦,୦୦୦ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ମୋଟ ୨,୫୦,୦୦୦ ସୁରକ୍ଷା କିଟ୍‍ ଏବଂ ୭୦,୦୦,୦୦୦ କିଲୋଗ୍ରାମ ରାସନ ସାମଗ୍ରୀ କୋଭିଡ-୧୯ ମହାମାରୀର ପ୍ରଭାବ ଆରମ୍ଭ ହେବା ଦିନଠାରୁ ବଣ୍ଟନ କରାଯାଇଛି, ଯେଉଁଥିରେ ଚାଉଳ, ଗହମ ଅଟା, ଚଣା, ମସଲା, ଚା, ଲୁଣ, ଦୁଗ୍ଧଗୁଣ୍ଡ, ରାନ୍ଧିବା ତେଲ ଏବଂ ଶସ୍ୟ ଆଦି ରହିଛି। ୨୦୧୮ରେ ଆରମ୍ଭ ହୋଇଥିବା ଏବଂ ସଂପ୍ରତି ୩୦ରୁ ଅଧିକ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ଏଚସିସିବିର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଦ୍ୱାରା ୧,୦୭,୫୦୦ ମେଟ୍ରିକ ଟନ୍‍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗତ ହେବାରୁ ରକ୍ଷା କରାଯାଇପାରିଛି ଏବଂ ମୂଳ ପ୍ଲାଷ୍ଟିକ ଉତ୍ପାଦନ ନିମନ୍ତେ ଆବଶ୍ୟକ  ହେଉଥିବା ୮୬,୦୦୦ ଲିଟରରୁ ଅଧିକ ତେଲ ବ୍ୟବହାରକୁ ଏଡାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories