www.samajalive.in
Friday, December 5, 2025
26.1 C
Bhubaneswar

ଗୁପଚୁପ ପ୍ରିୟ ଗାଈ, ବାଛୁରୀ

କାନପୁର: ସାରା ଦେଶରେ ପିଲାଠାରୁ ବୟସ୍କଙ୍କ ଯାଏ ସମସ୍ତେ ଗୁପଚୁପ୍‍ ଖାଇବାକୁ ଭଲ ପାଆନ୍ତି। ଖଟା ମିଠା ସାଙ୍ଗକୁ କୁଡମୁଡିଆ ସ୍ୱାଦ ସମସ୍ତଙ୍କର ପ୍ରିୟ ହୋଇଛି। ଜଣେ ଖାଉଥିଲେ ଅନ୍ୟ ଜଣକ ପାଟିରୁ ଲାଳ ବୋହିଯାଏ। କିନ୍ତୁ ଗାଈ, ବାଛୁରୀ ଯେ ଅତି ଆନନ୍ଦରେ ଗୁପଚୁପ୍‍ ଖାଇବାକୁ ଭଲ ପାଆନ୍ତି, ତାହା ଆପଣ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଗୁପଚୁପ୍‍କୁ ଦେଶର କେଉଁଠି ଗୋଲଗପ୍ପା କୁହାଯାଉଛି ତ ଆଉ କେଉଁଠି ପାନିପୁରି। ତେବେ ସବୁଠାରେ ଏହାର ଚାହିଦା ରହିଛି। ଏବେ ସହଜେ ଦେଶବ୍ୟାପୀ ତାଲାବନ୍ଦ। ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ। ତେଣୁ ରାସ୍ତାରେ ବୁଲୁଥିବା ଗାଈଗୋରୁ ଖାଇବାକୁ ପାଉନାହାନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ତାହା ସମସ୍ତଙ୍କ ଭାଗ୍ୟରେ ଜୁଟୁନାହିଁ। ଏଭଳି ଏକ ପରିସ୍ଥିତିରେ ଗୋଟିଏ ଗାଈ ଓ ବାଛୁରୀ ଯେତେବେଳେ ଥରେ ଗୁପଚୁପ ସ୍ୱାଦ ପାଇଗଲେ, ସେମାନେ ସେହି ସ୍ଥାନ ଛାଡି ଯିବାକୁ ନାରାଜ। ଗୋଟିଏ ପରେ ଗୋଟିଏ ଗୁପଚୁପ୍‍ ଖାଇଚାଲିଲେ। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷେ୍ନା÷ ସହରରେ।
ଲଖନଉର କନଭେଣ୍ଟ ସ୍କୁଲ ନିକଟରେ ଚଳିତ ତାଲାବନ୍ଦ ସମୟରେ ରାସ୍ତା କଡରେ ଛିଡା ହୋଇଥିଲେ ଜଣେ ଗୁପଚୁପ୍‍ ବିକାଳି। ସେହି ବାଟଦେଇ ଜଣେ ବୟସ୍କ ଲୋକ ଯାଉଥିଲେ। ଦେଖିଲେ, ଗୋଟିା ଗାଈ ଓ ବାଛୁରୀ କିଛି ଖାଇବାକୁ ନପାଇ ଗୁପଚୁପ୍‍ ଦୋକାନ ଆଡକୁ ଚାହିଁ ଛିଡା ହୋଇଛନ୍ତି। ସେମାନଙ୍କ ପ୍ରତି କାହାର ନଜର ନଥାଏ। ବୟସ୍କ ଲୋକ ଜଣକ ସେଠାରେ ଅଟକିଯାଇ ଗୁପଚୁପ୍‍ ବିକାଳିଙ୍କୁ ଗୁପତୁପ୍‍ ବନାଇବାକୁ କହିଲେ। ସେ ନିଜେ ଗୋଟିଏ ପରେ ଗୋଟିଏ ଗୁପଚୁପ୍‍ ଗାଈ ଓ ବାଛୁରୀ ପାଟିକୁ ବଢାଇବାକୁ ଲାଗିଲେ। ଦୁଇଟିଯାକ ପ୍ରାଣୀ ଯେଉଁଭଳି ଆନନ୍ଦରେ ଗୁପଚୁପ୍‍ ଖାଉଥିଲେ ତାହା ଦେଖିବାର ଥିଲା। ହେଲେ ସେମାନେ ସେଠାରୁ ଯିବାକୁ ଆଉ ପ୍ରସ୍ତୁତ ନଥିଲେ। ଗୁପଚୁପ୍‍ ବିକାଳି ନିକଟରେ ଥିବା ସମସ୍ତ ଗୁପଚୁପ୍‍କୁ ଉକ୍ତ ବ୍ୟକ୍ତି ଜଣକ ଗାଈ ବାଛୁରୀଙ୍କୁ ଖୁଆଇବା ପରେ ସେଠାରୁ ଚାଲି ଯାଇଥିଲେ। ଏହି ଦୃଶ୍ୟ ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ବିଷୟ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories