www.samajalive.in
Saturday, December 6, 2025
23.1 C
Bhubaneswar

ଜୁଲାଇରେ ତ୍ୱରାନ୍ୱିତ ହେବ ଅର୍ଥନୈତିକ ପୁନରୁଦ୍ଧାର

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପ୍ରଭାବରେ ନିମ୍ନମୁଖୀ ହୋଇଥିବା ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଚଳିତ ଜୁନ୍‍ ମାସରୁ ଆରମ୍ଭ ହେବ ଏବଂ ଜୁଲାଇରେ ସେହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା କହିଛନ୍ତି ନିତି ଆୟୋଗର ଅଧ୍ୟକ୍ଷ ରାଜୀବ କୁମାର। ଶନିବାର ସେ କହିଛନ୍ତି ଯେ ଜୁନ୍‍ ମାସରୁ ଦେଶର କେତେକ ଭାଗରେ ତାଲାବନ୍ଦ କଟକଣାକୁ କୋହଳ କରାଯାଉଥିବାରୁ ଏହି ମାସରୁ ଅର୍ଥନୈତିକ ପୁନରୁଦ୍ଧାର ଆରମ୍ଭ ହେବ। ତେବେ ତାଲାବନ୍ଦ କଟକଣା ସମ୍ପୂର୍ଣ୍ଣ ଉଠିଯିବା ପରେ ଜୁଲାଇରୁ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହି ପ୍ରକ୍ରିୟା ଆରମ୍ଭ ହେବାପରେ ଦେଶର ଆର୍ଥିକ ଅଭିବୃଦ୍ଧି ନେଇ ସଂଶୋଧିତ ଅନୁମାନ ପ୍ରକାଶ କରାଯିବ ବୋଲି ଏକ ବିବୃତିରେ ସେ କହିଛନ୍ତି।
ନୀତି ଆୟୋଗ ଅଧ୍ୟକ୍ଷ ଆଉ ମଧ୍ୟ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଆର୍ଥିକ ଅଭିବୃଦ୍ଧି ଆକଳନ ୧୦.୫% ରୁ ୯.୫%କୁ ହ୍ରାସ କରିଛି। ଚଳିତ ବର୍ଷ କୋଭିଡର ଦ୍ୱିତୀୟ ଲହର ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଅର୍ଥନୀତିକୁ ପ୍ରଭାବିତ କରିବା ସ୍ପଷ୍ଟ ହୋଇଛି। ତେବେ ପରବର୍ତ୍ତୀ ସମୟରେ ସ୍ଥିତିରେ ସୁଧାର ଆସିବା ପରେ ଅର୍ଥନୀତି ସ୍ଥିତି ମଧ୍ୟ ସୁଧୁରିବା ଆରମ୍ଭ ହେବ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ସମ୍ପର୍କରେ ମତଦେଇ ରାଜୀବ କୁମାର କହିଛନ୍ତି, ସଂପ୍ରତି ଏ କ୍ଷେତ୍ରରେ ଭାରସାମ୍ୟ ସ୍ଥିତି ବଜାୟ ରଖିବାର ଆବଶ୍ୟକତା ରହିଥିବାରୁ କେନ୍ଦ୍ର ସରକାରଏ ଦିଗରେ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଦାୟିତ୍ୱ ସରକାରଙ୍କର। ତେଣୁ ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି ମଧ୍ୟରେ ସରକାର ସନ୍ତୁଳନ ବଜାୟ ରଖିବା ସେ ଆଶା କରୁଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୦.୫% ହେବାନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଆକଳନ କରିଥିଲା। ଅନ୍ୟପକ୍ଷରେ ଭାରତର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ଚଳିତ ବର୍ଷ ମଇ ୩୧ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବିଯୁକ୍ତ ୭.୩% ହୋଇଥିଲା।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories