www.samajalive.in
Friday, December 5, 2025
20.1 C
Bhubaneswar

ଛାତ ଉପରେ ଜଙ୍ଗଲ ; ଲାଗିଛି୨୫୦୦ ଗଛ

ଭୋପାଳ: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଉଥିବାବେଳେ ମଧ୍ୟପ୍ରଦେଶର ଜଣେ ପରିବେଶପ୍ରେମୀ ନିଜ ଘର ଛାତ ଉପରେ ସୃଷ୍ଟି କରିଛନ୍ତି ଏକ ଛୋଟ ଜଙ୍ଗଲ। ପ୍ରାୟ ୨୫୦୦ ବୋନସାଇ ଗଛ ଲଗାଇ ସେ ଏହି ଜଙ୍ଗଲ ସୃଷ୍ଟି କରିଛନ୍ତି। ମଧ୍ୟପ୍ରଦେଶର ଜବଲପୁର ବାସିନ୍ଦା ସୋହନଲାଲ ଦ୍ୱିବେଦୀ ରାଜ୍ୟ ବିଦ୍ୟୁତ ବୋର୍ଡରେ କାର୍ଯ୍ୟକରି ଅବସର ନେଇସାରିଛନ୍ତି। ମୁମ୍ବଇର ଜଣେ ମହିଳ ତାଙ୍କ ଘର ଛାତ ଉପରେ ପ୍ରାୟ ୨୫୦ ବୋନସାଇ ଗଛ ଲଗାଇଥିବା ଦେଖିବାପରେ ସୋହନଲାଲ ତାଙ୍କ ଦ୍ୱାରା ଉତ୍ସାହିତ ହୋଇ ନିଜେ ସେହିଭଳି କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କୁଣ୍ଡ କିଣି ଗୋଟିଏ ପରେ ଗୋଟିଏ ବୋନସାଇ ଗଛ ନିଜ ଛାତ ଉପରେ ଲଗାଇବା ଆରମ୍ଭ କଲେ। ଏବେ ତାହାର ସଂଖ୍ୟା ୨୫୦୦ ପାଖାପାଖି ପହଞ୍ଚିଲାଣି। ସେ ପ୍ରାୟ ୪୦ ପ୍ରକାର ଗଛ ଲଗାଇଛନ୍ତି।
ସୋହନଲାଲ କହିଛନ୍ତି, ପ୍ରାୟ ୪୦ ବର୍ଷ ତଳେ ସେ ଏକ ଖବରକାଗଜରେ ମୁମ୍ବଇର ଜଣେ ମହିଳାଙ୍କ ସମ୍ପର୍କରେ ପଢିଥିଲେ। ଉକ୍ତ ମହିଳା ସେହି ସମୟରେ ତାଙ୍କ ଘର ଛାତ ଉପରେ ୨୫୦ଟି ବୋନସାଇ ଗଛ ଲଗାଇଥିଲେ। ଏହା ତାଙ୍କୁ ପ୍ରେରଣା ଦେଇଥିଲା। ଏହାପରେ ସେ ନିଜ ଘର ଛାତ ଉପରେ ଗଛ ଲଗାଇବା ଆରମ୍ଭ କଲେ। ତାଙ୍କ ଛାତ ଉପର ଛୋଟ ଜଙ୍ଗଲରେ ସେଓ, ଜାମୁ, ନାସ୍ପାତି, ତେନ୍ତୁଳି ଠାରୁ ନେଇ ବିଭିନ୍ନ କିସମର ଗଛ ରହିଛି। ଚାକିରୀ କରିବା ସମୟରେ ସେ ତାଙ୍କର ମାସିକ ଦରମାର ମୁଖ୍ୟଭାଗ ଏହି ଗଛ ଲଗାଇବାରେ ଖର୍ଚ୍ଚ କରୁଥିଲେ। ସମୟ ଥିଲା ଲୋକମାନେ ଯେତେବେଳେ ଗଛ ଓ ପ୍ରକୃତିଠାରୁ ଦୂରେଇ ଯାଉଥିଲେ, ସେତେବେଳେ ସେ ତାଙ୍କର ନିତିଦିନିଆ ଜୀବନର ଅଧିକାଂଶ ସମୟ ଗଛଗୁଡିକ ସହିତ ବିତାଉଥିଲେ। ଏବେ କରୋନା ଜନିତ ତାଲାବନ୍ଦ ତାଙ୍କ ଉପରେ ଲେଶମାତ୍ର ପ୍ରଭାବ ପକାଇଛି। କାରଣ ବାହାରକୁ ବାହାରିବାକୁ ତାଙ୍କ ପାଖରେ ସମୟ ନାହିଁ। ଏହା ତାଙ୍କୁ ଆନନ୍ଦ ଦେବା ସହିତ ତାଜା ପବନ ଦେଉଛି ଏବଂ ତାହାସହିତ ସେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ମଧ୍ୟ ସେଠାରୁ ପାଉଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories