www.samajalive.in
Friday, December 5, 2025
26.1 C
Bhubaneswar

ମୋଦି ସରକାରଙ୍କ ପାଗଳାମି ଯୋଗୁ କୋଭିଡ ସଂକ୍ରମଣ ଭୟାନକ ହେଲା- ଅମର୍ତ୍ତ୍ୟ ସେନ୍‍

ମୁମ୍ବଇ: ଭାରତର ଦ୍ୱନ୍ଦ୍ୱରେ ପଡିଥିବା ସରକାର ନିର୍ବାଚନ ଅନୁଷ୍ଠିତ କରି ସାବାସି ନେବା ଉପରେ ଦୃଷ୍ଟିନିବଦ୍ଧ କଲେ, ସେହି ସମୟରେ କୋଭିଡ-୧୯ ସଂକ୍ରମଣତକୁ ପ୍ରତିହତ କରିବା ପ୍ରୟାସ ପ୍ରତି ଅବହେଳା କରାଗଲା। ଏଭଳି ପାଗଳାମି କାରଣରୁ ଦେଶରେ ଗୁରୁତର ସଙ୍କଟ ସୃଷ୍ଟି ହେଲା ବୋଲି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‍। ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ର ସେବା ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ଅମର୍ତ୍ତ୍ୟ କହିଥିଲେ, ଭାରତର ଔଷଧ ଉତ୍ପାଦନ କ୍ଷମତା ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଠାରୁ ଉପରେ ରହିଥିବା ଦୃଷ୍ଟିରୁ କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତ ଉତ୍ତମ ସ୍ଥିତିରେ ରହିଥିଲା। ସୂଚନାଯୋଗ୍ୟେ ଯେ କୋଭିଡର ଦ୍ୱିତୀୟ ଲହରରେ ଦେଶରେ ଦୈନିକ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ଏବଂ ପାଖାପାଖି ୪୫୦୦ ଲୋକଙ୍କର ଜୀବନହାନି ଘଟିବା ତଥା ପ୍ରକୃତ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ସମ୍ମୁଖକୁ ଆସୁନଥିବା ଅଭିଯୋଗ ପରିପ୍ରେକ୍ଷୀରେ ଅମର୍ତ୍ତ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ ସରକାରଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି କାରଣରୁ ଏହା ନିଜସ୍ୱ ସାମର୍ଥ୍ୟରେ ଏଭଳି ସଙ୍କଟର ସମ୍ମୁଖୀନ ହେବାକୁ ସମର୍ଥ ହୋଇପାରିଲା ନାହିଁ। ଦେଶରେ ମହାମାରୀ ଯେଭଳି ନବ୍ୟାପିବ ସରକାର ତାହାକୁ ଗୁରୁତ୍ୱ ନଦେଇ ନିଜେ ଯାହା ଠିକ ଭାବିଲେ ତାହା କରିଚାଲିଲେ। ତାହାର ପରିଣତି ସାରା ଭାରତର ଜନସାଧାରଣ ଭୋଗୁଛନ୍ତି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଏବଂ ଦର୍ଶନଶାସ୍ତ୍ରର ପ୍ରାଧ୍ୟାପକ ଥିବା ଅମର୍ତ୍ତ୍ୟ ସେନ ୧୭୬୯ରେ ଆଡାମ ସ୍ୱିଥଙ୍କର ଲିଖିତ ଏକ ପଂକ୍ତିର ଉଦାହରଣ ଦେଇଥିଲେ। ସେ କହିଥିଲେ, ଆଧୁନିକ ଅର୍ଥନୀତି ଜୋରଦେଇ କହେ ଯେ, ଯଦି ଜଣେ କିଛି ଭଲ କରୁଛି ତେବେ ସେଥିପାଇଁ ସେ ସାବାସି ପାଇଥାଏ। ଏବଂ ସେହି ସାବାସି ବେଳେବେଳେ ସେ କେତେ ଭଲ କରିଛି ତାହାର ମାପକାଠି ହୋଇଯାଏ। ତେବେ କେବଳ ସାବାସି ନେବା ପାଇଁ ଭଲ ବିବେଚିତ ହେଉନଥିବା କାମକରି ସାବାସି ନେବାକୁ ଚାହିଁଲେ ତାହା ବୁଦ୍ଧିମତାର ଘୋର ଅଭାବର ପରିଚୟ ଦେଇଥାଏ। ଭାରତ ତାହା ହିଁ କରିଥିଲା। କିନ୍ତୁ ଏହା ଏଡାଇବାକୁ ପଡିବ ବୋଲି ସେ ମତ ଦେଇଥିଲେ। ଭାରତରେ ଅର୍ଥନୀତିର ବିଫଳତା ଏବଂ ସାମାଜିକ ସଦ୍‍ଭାବର ଅଭାବ ମହାମାରୀ ମୁକାବିଲା କ୍ଷେତ୍ରରେ ବିଫଳତାର ମୂଳ କାରଣ ଥିଲା।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories