ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ ତାହାର ସାମାଜିକ କର୍ପୋରେଟ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ୧୧୪୦ କୋଟି ଟଙ୍କା ଖର୍ଚ୍ଚ କରିଛି। ସେଥିମଧ୍ୟରେ କୋଭିଡ-୧୯ ବିରୋଧୀ ଲଢେଇରେ ସହଯୋଗ, ଗ୍ରାମାଞ୍ଚଳର ରୂପାନ୍ତରଣ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। କୋଭିଡ-୧୯ ବିରୋଧରେ ଭାରତର ଲଢେଇରେ ସାମିଲ ହୋଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱାସ୍ଥ୍ୟସେବା ଉପକରଣ, ଚିିକତ୍ସାରେ ବ୍ୟବହାର ହେଉଥିବା ତରଳ ଅମ୍ଳଜାନ, ଭୋଜନ ଏବଂ ମାସ୍କ ଆଦି ଗତ ଏକବର୍ଷ ଧରି ଯୋଗାଇ ଆସୁଛି। ଏହା ବିିଭିନ୍ନ ରାଜ୍ୟକୁ ପ୍ରତିଦିନ ୧୦୦୦ ଟନ୍ ଅମ୍ଳଜାନ ମାଗଣାରେ ଯୋଗାଇବା ବ୍ୟବସ୍ଥା କରିଛି ଏବଂ ତଦ୍ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି।
କମ୍ପାନୀ ୨୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫.୫ କୋଟିରୁ ଅଧିକ ଭୋଜନ ବଣ୍ଟନ କରିବା ସହିତ କୋଭିଡ ଯତ୍ନ ଓ ଚିକିତ୍ସା କେନ୍ଦ୍ରଗୁଡିକ ପାଇଁ ଦେଶର ବିଭିନ୍ନ ସ୍ଥାନରେ ୨୩୦୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା କରିଛି ଏବଂ ମୁମ୍ବଇରେ ଭାରତର ପ୍ରଥମ କୋଭିଡ ଡାକ୍ତରଖାନା ସ୍ଥାପନରେ ସହାୟତା କରିଛି। ତତ୍ସହିତ ଏହା ୮୧ ଲକ୍ଷ ପୁନଃ ବ୍ୟବହାରଯୋଗ୍ୟ ମାସ୍କ ଦେଶର ୨୧ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୫୦ ଲକ୍ଷ ସମ୍ମୁଖଭାଗ ଯୋଦ୍ଧା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବଣ୍ଟନ କରିଛି। ଏହି ସଂସ୍ଥା ଦେଶର ୧୮ଟି ରାଜ୍ୟର ୨୪୯ଟି ଜିଲାରେ ୧୪ହଜାରରୁ ଅଧିକ ଆମ୍ବୁଲାନ୍ସ ଏବଂ କୋଭିଡ-୧୯ ସେବାରେ ନିୟୋଜିତ ଯାନବାହନ ପାଇଁ ୫.୫ ଲକ୍ଷ ଲିଟର ଇନ୍ଧନ ମାଗଣାରେ ଯୋଗାଇ ଦେଇଛି। ଅନୁରୂପ ଭାବରେ ଗ୍ରାମାଞ୍ଚଳରେ ରୂପାନ୍ତରଣ ଆଣିବା ପ୍ରୟାସରେ ୧୩୧ ଲକ୍ଷ ଘନମିଟର ଜଳ ଅମଳ କ୍ଷମତା ସୃଷ୍ଟି କରିବା ସହିତ ସ୍ଥାନୀୟ ପ୍ରଶାସନକୁ ସୁଦୃଢ କରିବାକୁ ୧୦ହଜାରରୁ ଅଧିକ ନିର୍ବାଚିତ ଲୋକ ପ୍ରତିନିଥି ଏବଂ ଗ୍ରାମ୍ୟ ସେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ, ୮୮୦୦ ବେକାରଙ୍କୁ ତାଲିମ, ୨୦ଟି ରାଜ୍ୟ ଏବଂ ୧୫୦ରୁ ଅଧିକ ସହରରେ ୩୯ କୁଶଳତା ତାଲିମ ଦେଉଥିବା ସହଭାଗୀଙ୍କୁ ସମର୍ଥନ ଯୋଗାଇଛି। ଅଲିମ୍ପିକ କ୍ରୀଡା ଏବଂ ଅନ୍ୟ ସମ୍ମାନଜନକ ଆନ୍ତର୍ଜାତିକ କ୍ରୀଡା କାର୍ଯ୍ୟକ୍ରମରେ ଭାରତର ପଦକ ବିଜୟ ସମ୍ଭାବନାରେ ଉନ୍ନତି ଆଣିବା ଲକ୍ଷ୍ୟରେ ସଂପ୍ରତି ରିଲାଏନ୍ସ ତୀରନ୍ଦାଜ, ବ୍ୟାଡମିଣ୍ଟନ ଏବଂ ଭାରୋତ୍ତଳନ ଆଦି କ୍ଷେତ୍ରରେ ୧୧ ଜଣ କ୍ରୀଡାବିତଙ୍କୁ ସହାୟତା କରୁଛି।
୨୦୨୦-୨୧ରେ ରିଲାଏନ୍ସ ସିଏସଆରରେ ଖର୍ଚ୍ଚ କରିଛି ୧୧୪୦ କୋଟି
Popular Categories



