BJD Bijuli 480×75 Mob

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

BJD Bijuli 480×75 Mob

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମାଟିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର କାର୍ୟ୍ୟରତ ଶିକ୍ଷକ ସେବକଦାନ ଖୁରାଙ୍କ ଅକାଳ ବିୟୋଗରେ ତାଙ୍କର ପରିବାର ଭାଙ୍ଗି ପଡିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ପାପଡାହାଣ୍ଡି ବ୍ଳକ ସହକାରୀ ଶିକ୍ଷକ ସଂଘ(ଏକ୍ସ-କାଡର ) ଜିଲ୍ଲା ସଂଘ ସମ୍ପାଦକ ଦିଲୀପ କୁମାର ସ୍ୱାଇଁ, ବ୍ଲକ ସଙ୍ଘ କର୍ମକର୍ତା ଲିଙ୍ଗରାଜ ସାହୁ, ପଞ୍ଚାନନ ସାହୁ, ରମେଶ ଚନ୍ଦ୍ର ବେନିଆ, ବିଶ୍ୱଜିତ ହିରଣ୍ୟ, ମଙ୍ଗଳଦାନ ଖୋସଲା, ଈଶ୍ୱର ହରିଜନ ଓ ପ୍ରଭାତ କିଶୋର ଟାକରି ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ଭେଟି ତାଙ୍କ ଧର୍ମପତ୍ନୀ ଚାରୂଶୀଳା ହିଆଲଙ୍କୁ ୩୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ଅର୍ଥରାଶି ଶୀଘ୍ର କିପରି ପାଇବେ ସେ ଦିଗରେ ସଙ୍ଘ ଚେଷ୍ଟା କରିବ ବୋଲି କହିବା ସହ ତାଙ୍କ ଧର୍ମପତ୍ନୀଙ୍କୁ ଆଶ୍ୱାସନା ଓ ସମବେଦନା ଜଣାଇଥିଲେ।

Comments are closed.