www.samajalive.in
Friday, December 5, 2025
20.1 C
Bhubaneswar

ସମ୍ଭାବ୍ୟ ବନ୍ୟାର ସମୀକ୍ଷା; ବଡ ବନ୍ୟାର ଆଶଙ୍କା ନାହିଁ, ମାଲକାନଗିରି ଯିବେ ଦୁଇ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ସମ୍ଭାବ୍ୟ ବନ୍ୟା ନେଇ ଜିଲାୱାରୀ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ। ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ବନ୍ୟାର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍‌‌ ଟିମ୍‌‌କୁ ଜାଗ୍ରତ ରଖାଯାଇଛି । ତୁରନ୍ତ ଜଳ ନିଷ୍କାସନ କରିବାକୁ ନିର୍ଦେଶ ରହିଛି। ଏହାସହିତ ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ୩୦ଟି ପମ୍ପ ଲଗାଇବାକୁ କୁହାଯାଇଛି। ଅନ୍ୟପଟେ କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ଲଗାଇବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି ।
ସେପଟେ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଜଟିଳ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସହ ମାଲକାନଗିରି ଓ କୋରାପୁଟ ଜିଲା ଅଧିକ ପ୍ରଭାବିତ ହୋଇଛି। ଦୁଇ ଅଧିକାରୀ ସଞ୍ଜୟ ସିଂ ଓ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି ଯାଇ ରିପୋର୍ଟ ଦେବାକୁ କୁହାଯାଇଛି। ବର୍ଷାରେ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories