www.samajalive.in
Friday, December 5, 2025
20.1 C
Bhubaneswar

‘ନମାମୀ ଯୋଗ ଏକାଡେମୀ’ର ଦ୍ବିତୀୟ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଇନଫୋସିଟି ଅଞ୍ଚଳରେ ଉଦଘାଟିତ

ଭୁବନେଶ୍ବର: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଓଡିଶାର ଅଗ୍ରଣୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ନମାମୀ ଯୋଗ ଏକାଡେମୀ ଅନୁଷ୍ଠାନର ଦ୍ବିତୀୟ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଯୋଗିନୀ କାଜଲ ସତପଥୀ, ଯୋଗ ପ୍ରଶିକ୍ଷକ ଯୋଗ ମାଷ୍ଟର ରୁଦ୍ର ଏବଂ ସହ ପରିଚାଳିକା ଯୋଗିନୀ ପ୍ରିୟଙ୍କା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟ ବୃନ୍ଦ ଏହି ସମାରୋହରେ ଉପସ୍ଥିତ ରହିଥିଲେ।


ନମାମୀ ଯୋଗ ଏକାଡେମୀ ଓଡିଶାର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ Aerial ଯୋଗ ପ୍ରଶିକ୍ଷଣ ଏବଂ ବିଭିନ୍ନ ପ୍ରକାରର ମନୋବୈଜ୍ଞାନିକ ଥେରାପି ଦିଆଯାଏ । ଅନୁଷ୍ଠାନର ପ୍ରତିଷ୍ଠାତା ଯୋଗିନୀ କାଜଲ ସତପଥୀଙ୍କ ଅନୁଯାୟୀ ଅନୁଷ୍ଠାନର ସମସ୍ତ ପ୍ରଶିକ୍ଷକ ଏବଂ ଯୋଗଗୁରୁ ଅତ୍ୟନ୍ତ କୌଶଳୀଏବଂ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ । ପୂର୍ବରୁ ଏହି ଅନୁଷ୍ଠାନର ପ୍ରଥମ କେନ୍ଦ୍ର ଭୁବନେଶ୍ବରର ସୂର୍ଯ୍ୟନଗରଠାରେ ସଫଳତାର ସହିତ ପରିଚାଳିତ ହୋଇଆସୁଛି।

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories