ଦେଖନ୍ତୁ ଭିଡ଼ିଓ: ଯାହା ବି ହେଉ ଆମେ ଭୋଜି ଖାଇଯିବୁ
ସମାଜ ଡିଜିଟାଲ ଡେସ୍କ: ମହାଆଡମ୍ବରରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଗାଁ ସାରା ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଥିଲା । ହେଲେ ଠିକ୍ ସମୟରେ ବର୍ଷା ସାଜିଲା ଦାଉ । ପ୍ରବଳ ବର୍ଷା ହେବାରୁ ଗାଁ ଦାଣ୍ଡରେ ଅଣ୍ଟାଏ ଲେଖାଏଁ ପାଣି ଜମା ହୋଇଥିଲା । ବିବାହ ଭୋଜି ଆୟୋଜନ ହୋଇଥିବା ସ୍ଥାନରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହିଥିବାରୁ ଭୋଜି ହେବା ଅସମ୍ଭବ ଲାଗୁଥିଲା । ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ । ବିବାହ ଭୋଜି ଖାଇବାକୁ ଲୋକଙ୍କ ମନରେ ଏତେ ଆଗ୍ରହ ରହିଥିଲା ଯେ ବର୍ଷା ପାଣିରେ ପଶି ଭୋଜି ଖାଇ ଆସିଥିଲେ । ଏଦୃଶ୍ୟଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ।
ନିମନ୍ତ୍ରଣ କରିଛନ୍ତି ନ ଗଲେ ଖରାପ ଭାବିବେନିpic.twitter.com/Hq2cQUcpF4
— 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@Rakeshkumarray8) July 11, 2024
Comments are closed.