www.samajalive.in
Saturday, December 6, 2025
14.1 C
Bhubaneswar

ପାନୀୟଯୋଗ୍ୟ ରହିବ ନାହିଁ ଭୂତଳ ଜଳ !

ନୂଆଦିଲ୍ଲୀ : ଭୂତଳ ଜଳ ଉପରେ ଆଗାମୀଦିନରେ ବିପଦ ସୃଷ୍ଟି ହେବାକୁ ଯାଉଛି। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ବର ଅନେକ ଅଞ୍ଚଳରେ ଭୂତଳ ଜଳ ପାନୀୟଯୋଗ୍ୟ ରହିବ ନାହିଁ ବୋଲି ଚାର୍ଲସ ଡାରୱିନ୍‌ ଓ ନ୍ୟୁକାଷ୍ଟଲ ବିଶ୍ବବିଦ୍ୟାଳୟ ତରଫରୁ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ନ୍ୟୁକାଷ୍ଟଲ ବିଶ୍ବବିଦ୍ୟାଳୟର ଗବେଷକ ଡକ୍ଟର ଗାବ୍ରିଏଲ୍‌ ରଉ୍‌ ଓ ଚାର୍ଲସ ଡାରୱିନ୍‌ ବିଶ୍ବବିଦ୍ୟାଳୟର ଡକ୍ଟର ଡେଲାନ୍‌ ଇରଭିନ୍‌ କରିଥିବା ଅନୁସନ୍ଧାନ ଅନୁଯାୟୀ ଚଳିତ ଶତାବ୍ଦୀ ସୁଦ୍ଧା ଭୂତଳ ଜଳର ତାପମାତ୍ରା ୨ରୁ ସାଢ଼େ ୩ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି। ତାପମାତ୍ରା ବୃଦ୍ଧି ସହ କେତେକ ରାସାୟନିକ ପରିବର୍ତ୍ତନ ଯୋଗୁଁ ଭୂତଳ ଜଳ ପାନୀୟଯୋଗ୍ୟ ରହିବ ନାହିଁ। କେନ୍ଦ୍ରୀୟ ରୁଷ୍‌, ଉତ୍ତର ଚୀନ୍‌, ଉତ୍ତର ଆମେରିକା ଆଦି ଅଞ୍ଚଳରେ ଏହି ସମସ୍ୟା ଅଧିକ ପରିମାଣରେ ସୃଷ୍ଟି ହେବ। ଏପରି ସ୍ଥିତି ଯୋଗୁଁ ପୃଥିବୀର ପରିସଂସ୍ଥା ବିଗିଡ଼ି ଯିବାର ଆଶଙ୍କା ରହିଛି। ବର୍ତ୍ତମାନ ଠାରୁ ଏହି ସମସ୍ୟା ନିରାକରଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଗବେଷକଦ୍ବୟ କହିଛନ୍ତି। ଭୂତଳ ଜଳସ୍ତର ହ୍ରାସ ଆଉ ଗୋଟିଏ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାର କୁପ୍ରଭାବ ଆଗାମୀଦିନରେ କୃଷି ଓ କଳ କାରଖାନା ଉପରେ ପଡ଼ିବାର ସମ୍ଭାବନା ଥିବା ସେମାନେ କହିଛନ୍ତି।

ଆସାମରେ ବନ୍ୟାସ୍ଥିତି ଉତ୍କଟ: ଉଦ୍ଧାର ପାଇଁ ୩୩ ବୋଟ୍

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories