କଟକ : କଟକ ସହରରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ସହରର ବିଭିନ୍ନ ସ୍ଥାନ ବିଶେଷ କରି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କଟକ ବଡ଼ ଡାକ୍ତରଖାନାର ୱାର୍ଡ଼ ଭିତରେ ମଧ୍ୟ ବର୍ଷା ପାଣି ଢେଉ ଖେଳୁଥିବା ଦେଖିବାକୁ ମିଳିଥିଲା। ରଞ୍ଜନ ରଶ୍ମୀ ଓ ସର୍ଜରୀ ୱାର୍ଡ଼ରେ ପାଣି ପଶି ବିଭନ୍ନ ଜିନିଷପତ୍ର କ୍ଷତିଗ୍ରସ୍ତ ହେବା ସହ ରୋଗୀ ଏବଂ ରୋଗୀ ସମ୍ପର୍କୀୟମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।
Popular Categories



