www.samajalive.in
Saturday, December 6, 2025
19.1 C
Bhubaneswar

ବିଦାୟକାଳୀନ ମୌସୁମୀର ପ୍ରକୋପ: ବିହାରରେ ୧୩ ଟ୍ରେନ ରଦ୍ଦ, ୮୦ ମୃତ

ନୂଆଦିଲ୍ଲୀ : ଦେଶରେ ଏବେ ବିଦାଳ କାଳୀନ ମୌସୁମୀର ପ୍ରକୋପ ଜାରି ରହିଛି। ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ରାଜ୍ୟଗୁଡ଼ିକରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ପାଖାପାଖି ୮୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି।

ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି। ହେଲେ ଦେଶର ବିଭିନ୍ନ ଅଂଶରେ ଅପ୍ରତ୍ୟାଶିତ ବର୍ଷା ଜାରି ରହିଛି। ସ୍ୱାଭାବିକ ଭାବେ ପ୍ରତି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ମୌସୁମୀ ବିଦାୟ ନେଇସାରିଥାଏ। ମାତ୍ର ଚଳିତ ଥର ମୌସୁମୀ ବିଦାୟ ନେବାରେ ପ୍ରାୟ ୧୫ ଦିନ ବିଳମ୍ବ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ କୁହାଯାଇଛି। ଦେଶରେ ୨୦ ରାଜ୍ୟର ବିଭିନ୍ନ ଅଂଶରେ ୩ ହେବ ପ୍ରବଳ ବର୍ଷା ଜାରି ରହିଛି। ଉତ୍ତରପ୍ରଦେଶରେ ୧୮ ଏବଂ ବିହାରର ୧୫ ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପୂର୍ବ ଉତ୍ତରପ୍ରଦେଶରେ ୫ ଦିନ ହେବ ମୂଷଳ ଧାରାରେ ପ୍ରଚଣ୍ଡ ବର୍ଷା ହେଉଛି। ବିହାରରେ ଏନଡିଆରଏଫର ୧୮ଟି ଦଳ ମୁତୟନ କରାଯାଇଥିବାବେଳେ ୧୩ଟି ଟ୍ରେନ୍‍ ରଦ୍ଦ କରିଦିଆଯାଇଛି। ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦଙ୍କ ଘରେ ବନ୍ୟା ପାଣି ପଶିଛି। ହିମାଳଚଳ ପ୍ରଦେଶର କେତେକ ଜିଲାରେ ଆସନ୍ତା ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଜାରି କରିଛି। ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ୬୦ ବର୍ଷରେ ପ୍ରଥମ ଥର ମୌସୁମୀ ୧୫ ଦିନ ବିଳମ୍ବରେ ଫେରିବ ବୋଲି ଅନୁମାନ କରାଯାଉଛି। ଆଇଏମଡି କହିବା ଅନୁସାରେ ମୌସୁମୀ ବିଦାୟ ପ୍ରକ୍ରିୟା ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ। ୧୯୬୦ ପରେ ପ୍ରଥମ ଥର ମୌସୁମୀ ବିଦାୟ ନେବାରେ ବିଳମ୍ବ କରୁଛି। ଦେଶରେ ସ୍ୱାଭାବିକ ବର୍ଷାର ହାର ପାଖାପାଖି ୮୬୯ ମିମି ରହୁଥିବାବେଳେ ଚଳିତ ବର୍ଷ ଏବେ ସୁଦ୍ଧା ୯୩୧.୬ ମିମି ବର୍ଷା ହୋଇସାରିଛି। ଅର୍ଥାତ ଏପର୍ଯ୍ୟନ୍ତ ଦେଶରେ ସ୍ୱାଭାବିକ ବର୍ଷାଠାରୁ ୭% ଅଧିକ ବର୍ଷା ହୋଇସାରିଛି। ଆଇଏମଡି ତଥ୍ୟ ଅନୁସାରେ ଦେଶର ୧୬ ରାଜ୍ୟରେ ସ୍ୱାଭାବିକ ଏବଂ ୮ ରାଜ୍ୟରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories